କରୋନା କାୟା : ନ୍ୟୁୟର୍କରେ ବଢିଲା ଲକ୍‌ଡାଉନ୍‌ର ଅବଧି

ନ୍ୟୁୟର୍କ : ସାରା ଦେଶରେ କରୋନା କାୟା । ବିଶ୍ବର ବହୁ ଶକ୍ତିଶାଳୀ ରାଷ୍ଟ୍ର ଆଜି କରୋନା ମାଡରେ ଧରାଶାୟୀ ହେବାକୁ ଲାଗିଲେଣି । କରୋନାର ଭୟାବହତାରୁ ରକ୍ଷା ପାଇଁ ଅନେକ ରାଷ୍ଟ୍ର ଲକ୍ ଡାଉନ୍‌କୁ ମାନି ନେଇଛନ୍ତି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଆମେରିକା ଗତକାଲି ନ୍ୟୁୟର୍କଠାରେ ଆସନ୍ତା ମେ ୧୫ ପର୍ଯ୍ୟନ୍ତ ଲକଡାଉନ୍‌କୁ ବଢାଇଦେଇଛି । ଏନେଇ ନ୍ୟୁୟର୍କର ଗଭର୍ନର୍‌ ସୂଚନା ଦେଇଛନ୍ତି । ପୂର୍ବରୁ ଏଠାରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲା । ଆମେରିକାର ନ୍ୟୁୟର୍କ ସହର ଏବେ କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଛି । ଆମେରିକା ବ୍ୟତୀତ ବ୍ରିଟେନ୍‌ ମଧ୍ୟ ଦେଶରେ ଲକ୍‌ଡାଉନର ଅବଧିକୁ ୩ ସପ୍ତାହ ପାଇଁ ବୃଦ୍ଧି କରାଇଛି । ବିଟ୍ରେନ୍‌ର ବିଦେଶ ସଚିବ ଡମିନିକ୍‌ ରାଓ୍ବ ଡାଉନିଂ ଷ୍ଟ୍ରିଟ୍‌ ଠାରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କରୋନାରେ ସଂକ୍ରମିତ ହୋଇଥିଲେ । ସେ ଏବେ ସୁସ୍ଥ ରହିଥିବାବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ଆରାମ କରୁଛନ୍ତି । ଏହି ସମୟରେ ବିଦେଶ ସଚିବ କରୋନା ସହ ଦୃଢ ମୁକାବିଲା ପାଇଁ ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି କରାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ