ଜୀବନ ବିନ୍ଦୁର ୨ୟ ଦିନରେ

ଯାଜପୁର,(ଓ୍ବାଇଏନ୍ଏସ୍): ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଉପଲକ୍ଷେ ଯାଜପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ୨ଟି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଯାଜପୁର ଟାଉନ୍ ରକ୍ତ ଭଣ୍ଡାର ଏବଂ ଯାଜପୁର ରୋଡ଼ ରକ୍ତ ଭଣ୍ଡାର ଠାରେ ଏହି କାର୍ଯ୍ୟକ୍ରମ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଏବଂ ରାଜ୍ୟ ଜୀବନ ବିନ୍ଦୁର ସଞ୍ଜୋଜକ ବିଜୟ ନାୟକଙ୍କ ନିର୍ଦ୍ଦେଶକ୍ରମେ ହୋଇଥିଲା ଏହି ରକ୍ତ ଦାନ ଶିବିରଟି ଯୁବନେତା ଦିଲ୍ଲିପ ଧିର ସାମନ୍ତ, ଶୁଭ୍ରାନ୍ତ ଶେଖର ଦୋରା ଏବଂ ଛାତ୍ର ନେତା ଦେବବ୍ରତ ମହାପାତ୍ର, ମଞ୍ଜିତ୍ ମହାନ୍ତି ଙ୍କ ନେତୃତ୍ବରେ ହୋଇଥିଲା ଏଥିରେ ୨ଟି ଯାଗାରେ ୨୩ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯାଜପୁର ଟାଉନଠାରେ ଯାଜପୁର ମୁନିସିପାଲଟି ର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ ଏବଂ ଯାଜପୁର ରୋଡ଼ଠାରେ ବ୍ୟାସନଗର ମୁନିସିପାଲଟି ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସବିତା ରାଉତ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ଯାଜପୁର ବିଜୁ ଜନତା ଦଳର ସଭାପତି ସରୋଜ ମହାପାତ୍ର ,ବିଜୁ ଯୁବ ଜନତା ଦଳ ର ରାଜ୍ୟ ସଭାପତି ଅମରେଶ ପତ୍ରି ଏବଂ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ