କରୋନା : ଆଗକୁ ଚିନ୍ତା ବଢ଼ାଇପାରେ ନୂଆ ଭାରିଆଣ୍ଟ ଏକ୍ସଇ
ନୂଆଦିଲ୍ଲୀ, (ୱାଇଏନ୍ଏସ୍) :କରୋନାକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଥିବା ବେଳେ ଏକ ଚିନ୍ତାଜନକ ଖବର ମଧ୍ୟ ସାମ୍ନାକୁ ଆସିଛି । ମାର୍ଚ୍ଚ ଶେଷ ସପ୍ତାହରେ ସାରାବିଶ୍ୱରେ ହ୍ରାସ ପାଇଛି କରୋନା ସଂକ୍ରମଣ । ମାର୍ଚ୍ଚ ପ୍ରଥମ ସପ୍ତାହରେ ୟୁରୋପ, ଚୀନ ଓ ଦକ୍ଷିଣ କୋରିଆ ସମେତ ବିଶ୍ୱର କେତେକ ଭାଗରେ କରୋନା ମାମଲା ବଢିବାରେ ଲାଗିଥିଲା ।ହେଲେ ମାର୍ଚ୍ଚ ୨୧ରୁ ୨୭ରେ ଶେଷ ହୋଇଥିବା ସପ୍ତାହରେ ସଂକ୍ରମଣ ହାର ପ୍ରାୟ ୧୪ ପ୍ରତିଶତ କମିଯାଇଛି । ଯାହା ଏକ ଆଶ୍ୱସ୍ତିକର ଖବର ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହେଲେ କରୋନାର ଏକ ନୂଆ ଭାରିଆଂଟ- ଏକ୍ସଇ ଆଗକୁ ଚିନ୍ତା ବଢାଇପାରେ ବୋଲି ଆଶଙ୍କା କରାଯାଉଛି । କାରଣ କରୋନାର ଓମିକ୍ରନ ଭାରିଆଂଟ ଅପେକ୍ଷା ଏହା ୧୦ ଗୁଣା ଅଧିକ ସଂକ୍ରାମକ ବୋଲି କହୁଛନ୍ତି ବିଶେଷଜ୍ଞ । ମାର୍ଚ୍ଚ ୨୧ରୁ ୨୭ ମଧ୍ୟରେ ବିଶ୍ୱରେ ପ୍ରାୟ ୧ କୋଟି ଲୋକ କରୋନା ସଂକ୍ରମିତ Iଏହି ସପ୍ତାହରେ ସାରାବିଶ୍ୱରେ ୪୫ ହଜାର କରୋନା ଜମିତ ମୃତ୍ୟୁ ରେକର୍ଡ I ଚୀନ ଓ କୋରିଆ ସମେତ ଜର୍ମାନୀ, ଫ୍ରାନ୍ସ, ଇଟାଲି, ଭିଏତନାମରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ I ଆମେରିକା ଓ ଚିଲିରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ରେକର୍ଡ I ଡବ୍ଲୁଏଚଓ ସୂଚନା ଅନୁସାରେ ଓମିକ୍ରନ ଓ ଡେଲ୍ଟା ଭୂତାଣୁର ପ୍ରଭାବ ଅଧିକ ଦେଖିବାକୁ ମିଳିଛି I ଜାନୁଆରୀ ୧୯ରେ ଇଂଲଣ୍ଡରେ ପ୍ରଥମେ ଚିହ୍ନଟ ହୋଇଥିଲା କରୋନାର ନୂଆ ଭୁତାଣୁ- ଏକ୍ସଇ I ଓମିକ୍ରନ ଭୂତାଣୁର ବିଏ-୧ ଏବଂ ବିଏ-୨ ମିଶ୍ରଣରେ ଏହି ନୂଆ ଭୂତାଣୁର ଉତ୍ପତି ହୋଇଛି I ଓମିକ୍ରମ ଭୂତାଣୁ ଅପେକ୍ଷା ଏହା ୧୦ ଗୁଅ ଅଧିକ ସଂକ୍ରାମକ ବୋଲି କହିଛି ଡବ୍ଲୁଏଚଓ I ଏପର୍ଯ୍ୟନ୍ତ ସାରାବିଶ୍ୱରେ ୬୦୦ରୁ ଅଧିକ ଲୋକଙ୍କଠାରେ ଏକ୍ସଇ ଭୂତାଣୁ ଚିହ୍ନଟ ହୋଇଛି I


