କରୋନା ପାଇଁ ଲକଡାଉନ ସ୍ଥିତି ଦେଖିଲେ ଉପଜିଲ୍ଲାପାଳ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ତରଫରୁ ବହୁ ନିୟମ କଡାକଡି କରାଯାଉଛି | ଜନସାଧାରଣଙ୍କୁ ନିୟମ ପାଳନ ନିମନ୍ତେ ସଚେତନ କରାଯାଉଛି | କିନ୍ତୁ ଅମାନିଆ ଶୁଣିବା ପାଇଁ ପ୍ରସ୍ତୁତ ନୁହନ୍ତି | ଏହିପରିପ୍ରେକ୍ଷୀରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଆଜି ଭଞ୍ଜନଗର ଠାରୁ ଗାଙ୍ଗପୁର ରାସ୍ତାରେ ବହୁତ ଅମାନିଆଙ୍କୁ ବାଇକ ଚାଳକଙ୍କୁ ଅଟକେଇବା ସହ 5 ହଜାର 3 ଶହ ଟଙ୍କା ଜରିମାନା ଆଦାୟ କରିବା ସହ କିଛି ବାଇକୁ ଇ ଚାଲାଣ ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପାଖକୁ ପଠେଇ ଦେଇଛନ୍ତି | ବାରମ୍ବାର ମନା କରିବା ସ୍ବତେ ଅମାନିଆ ବାଇକ ଚାଳକ ରାସ୍ତାରେ ଗାଡି ଚଳାଉଛନ୍ତି | ପୁନର୍ବାର ଏପରି କଲେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି


