କରୋନା ସଙ୍କଟ ସମୟରେ ଘରୋଇ ଫାଇନାନ୍ସ କମ୍ପାନୀଙ୍କ ଗରୀବ ଉପରେ ଜୁଲମ

ଶେରଗଡ଼, (ଦେବୀ ପ୍ରସାଦ ଦାସ): ମହାମାରୀ କରୋନା ସାରା ଭାରତକୁ ଗ୍ରାସ କରିଥିବା ବେଳେ ଗରିବ ଖଟିଖିଆଙ୍କ ଦୁଃଖ କହିଲେ ନ ସରେ ଦୀର୍ଘ ୪ ମାସରୁ ଉର୍ଦ୍ଧ୍ୱ ଦିନ ଲକ ଡାଉନ ଚାଲିଛି ଭାରତ ଗଞ୍ଜାମ ଜିଲ୍ଲା ରେ କରୋନା ହୁ ହୁ ହୋଇ ବଢିଚାଲିଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଠପ ହୋଇ ଯାଇଛି ଏହିଭଳି ପରିସ୍ଥିତିରେ ଗରିବ ଲୋକଙ୍କ ଉପରେ ଫାଇନାନ୍ସ କମ୍ପାନୀ ମାନଙ୍କ ଜୁଲମ ! ଆଜି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ ଅର୍ଣ୍ଣପୂର୍ଣ୍ଣା ର କର୍ମଚାରୀ ମାନେ ଆସି ଲୋକ ମାନଙ୍କ ଠୁ ଟଙ୍କା ଆଦାୟ କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା । ସରକାର କୌଣସି ଲୋକ ଙ୍କ ଠୁ ଜୋର ଜବରଦସ୍ତ ମାସିକ କିସ୍ତି ନ ଆଦାୟ କରିବା ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା କିଛି ଘରୋଇ କମ୍ପାନୀ ର କର୍ମଚାରୀ ମାନେ ଆସି ଗରୀବ ଲୋକ ମାନଙ୍କ ଠୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି । ଏଠି ପ୍ରଶ୍ନ ଉଠୁଚି ଯେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଗରୀବ ଲୋକ ମାନଙ୍କୁ ଖାଇବାକୁ ମିଳୁ ନଥିବାବେଳେ ଘରୋଇ ଫାଇନାନ୍ସ କମ୍ପାନୀ ମାନେ ଆସି ଗରୀବ ଲୋକ ଙ୍କ ଉପରେ ଜୁଲମ କରୁଛନ୍ତି । ଜିଲ୍ଲା ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବି ହୋଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ