କର୍ମଚାରୀଙ୍କ ମୃତ୍ୟୁରେ ଆତଙ୍କିତ ଅନ୍ୟ କର୍ମଚାରୀ;ସୁରକ୍ଷା ଦାବୀରେ ଆନ୍ଦୋଳନ

ଯୋଡ଼ା,(ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଜଲହରିସ୍ଥିତ ଏକ ଘରୋଇ ଠିକାଦାର ସଂସ୍ଥାରେ କାର୍ଯ୍ୟକରୁଥିବା ଜଣେ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁରେ କାର୍ଯ୍ୟକରୁଥିବା ଅନ୍ୟ କର୍ମଚାରୀମାନେ ନିଜର ସ୍ୱାସ୍ଥ୍ୟଗତ ସୁରକ୍ଷା ଦାବୀ କରି ବୁଧବାର ସକାଳ ୯ଘଟିକା ସମୟରେ ଆନ୍ଦୋଳନ କରିଥିବା ଜଣାପଡ଼ିଛି ।ଘରୋଇ ଠିକାସଂସ୍ଥାର ଏହି କ୍ୟାମ୍ପରେ ବହୁ କର୍ମଚାରୀ ରହୁଥିବାବେଳେ ପ୍ରାୟ ୩୦ଜଣ ଥଣ୍ଡା,କାଶ,ଜ୍ୱରରେ ପୀଡ଼ିତ ଅଛନ୍ତି ।ଠିକାସଂସ୍ଥାର ଓଜନକନ୍ଟାରେ କାର୍ଯ୍ୟରତ ନରେଶ ପାତ୍ର ନାମକ ବ୍ୟକ୍ତି ଅସୁସ୍ଥ ଥିଲେ ଏବଂ ତାଙ୍କର ମୃତ୍ୟୁ ପରେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରାଯାଉଥିବାବେଳେ ଏହା ଜାଣିପାରି ସେଠାରେ କାର୍ଯ୍ୟକରୁଥିବା ଅନ୍ୟ କର୍ମଚାରୀମାନେ ଏହାର ବିରୋଧ କରି ଆନ୍ଦୋଳନ କରିଥିଲେ ।ପରେ ଠିକାସଂସ୍ଥା ପକ୍ଷରୁ ଏ ଦିଗରେ ଆଲୋଚନା କରାଯିବାରୁ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଥିଲେ ।ସୂଚନାଯୋଗ୍ୟ କି ଉକ୍ତ କ୍ୟାମ୍ପରେ ବହୁ ସଂଖ୍ୟକ କର୍ମଚାରୀ ରହୁଛନ୍ତି ଏବଂ କରୋନା ସଂକ୍ରମଣର ଆଶଙ୍କା ରହୁଥିବାରୁ କର୍ମଚାରୀମାନେ ଆତଙ୍କିତ ।ସେମାନଙ୍କର ଚିକିତ୍ସା ପ୍ରତି ଠିକାସଂସ୍ଥା ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବା କେତେକ କର୍ମଚାରୀ ନିଜର ନାମକୁ ଗୋପନରେ ରଖି ପ୍ରକାଶ କରିଥିଲେ ।ମୃତ କର୍ମଚାରୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରି ଏହି ଆନ୍ଦୋଳନ ବେଳେ ଦାବୀ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ