କଲ୍ୟାଣ ଆଶ୍ରମ, ଓଡିଶା ଦ୍ୱାରା ନାରୀଶକ୍ତି ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଗଣତନ୍ତ୍ର ଦିବସ ପାଳନ ସହିତ, ନାଗା ରାଣୀ ଗାଇଡିଲ୍ୟୁଙ୍କର ଜନ୍ମ ଜୟନ୍ତୀ ପଡୁଥିବାରୁ ବନବାସୀ କଲ୍ୟାଣ ଆଶ୍ରମ ଭୁବନେଶ୍ୱର ନଗର ତରଫରୁ ପଥରବନ୍ଧ ବସ୍ତି, ତାରିଣୀ ବସ୍ତି, ପୁରୋଷତମପୁର ବସ୍ତି ପ୍ରଭୃତି ସ୍ଥାନରେ ପଦ୍ମବିଭୂଷଣ ରାଣୀମା ଗାଇଡିଲ୍ୟୁଙ୍କର ଜନ୍ମ ଜୟନ୍ତୀ ପାଳନ କରିବା ପାଇଁ ସ୍ଥିର କରାଯାଇଛି । ବନବାସୀ କଲ୍ୟାଣ ଆଶ୍ରମର ଭୁବନେଶ୍ୱର ନଗର ମହିଳା ସଂଯୋଜିକା ବୀଣାପାଣି ସ୍ୱାଇଁ , ସହଯୋଗୀ ପଦ୍ମାବତୀ ବେହେରା, ସୁକାନ୍ତି ବେହେରା, ସବିତା ମାଝି, ଭାରତ ସିଂ ଓ ଲକ୍ଷୀ୍ମ ହାଁସଦା ପ୍ରମୁଖ ପ୍ରସ୍ତୁତିରେ ଲାଗିଛନ୍ତି । ଏହି ଚାରୋଟି ସ୍ଥାନରେ ଶତାଧିକ ମହିଳା ଓ ସରକାରଙ୍କର କୋଭିଡ ନିୟମକୁ ମାନି ରାଣୀମାଆ ଗାଇଡିଲ୍ୟୁଙ୍କ ଜନ୍ମ ଦିନକୁ ନାରୀଶକ୍ତି ଦିବସ ରୂପେ ପାଳନ କରିବାକୁ ସ୍ଥିର କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଦେଶଭକ୍ତି ଗୀତ, ଚିତ୍ରାଙ୍କନ ଓ ନାରୀ ଶକ୍ତି ଉପରେ ଛୋଟ ପ୍ରବନ୍ଧ ଲେଖା ଇତ୍ୟାଦି ସାମିଲ କରାଯାଉଛି । ୧୬ ବର୍ଷର ଜନଜାତି ମହିଳା ଗାଇଡିଲ୍ୟୁ ସ୍ୱାଧୀନତା ସଂଗ୍ରାମରେ ନେତୃତ୍ୱ ନେଇ ୧୮ ବର୍ଷ ଜେଲ ରହିବା ଓ ଦେଶ ସ୍ୱାଧୀନତା ପ୍ରାପ୍ତି ପରେ ଜେଲରୁ ବାହାରି ଆଜୀବନ ଅବିବାହିତ ରହି ଉତରପୂର୍ବାଚଂଳର ଦେଶ ଧର୍ମ ଓ ସଂସ୍କୃତିର ରକ୍ଷା ପାଇଁ ଉଦାହରଣ ଯୋଗ୍ୟ କାମ କରିବା ସମସ୍ତ ନାରୀ ଜାତିର ଗୌରବ ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ