ଭବାନୀପାଟଣାର ମହାବୀର ସାଂସ୍କୃତିକ ଅନୁଷ୍ଠାନ ଜାପାନ ଗସ୍ତ
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ଜାପାନର ଓସାକାରେ ଅବସ୍ଥିତ କନ୍ ସୁଲେଟ ଜେନେରାଲ ଏବଂ ଟୋକିଓ ର ଇଣ୍ଡିଆନ କାଉନ୍ସିଲ ଅଫ୍ ବଲ୍ବର ଓ ଜାପାନରେ ବସତି ସ୍ଥାପନ କରୁଥିବା ଓଡିଆ ସମାଜ ତରଫରୁ ନିମଜ୍ଜିତ ହୋଇ ଅନୁଷ୍ଠାନର କଳାକାର ମାନେ ଓଡିଶାର ବିଭିନ୍ନ ଲୋକନୃତ୍ୟ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । କଳାକାର ମାନଙ୍କ ମଧ୍ୟରେ ୧- ଶ୍ରୀ ସୁଶାନ୍ତ କୁମାର ସିଂହ, ୨-ଶ୍ରୀ ପ୍ରଦୀପ କୁମାର ସିଂହ, ୩- ଶ୍ରୀ ବିଷ୍ଣୁ ପ୍ରଧାନ, ୪- ଶ୍ରୀ କ୍ଷୀରସିନ୍ଧୁ ନାଏକ, ୫- ଶ୍ରୀ ଧରେନ୍ଦ୍ର ପୋଡ଼, ୬- ଶ୍ରୀ ଟିଙ୍କୁ ମାଝୀ, ୭– କୁମାରୀ ଆଶ୍ୱସନା ପଟ୍ଟନାୟକ, ୮- କୁମାରୀ ନିହାରିକା ନାୟକ, ୯- କୁମାରୀ ଶତାଦ୍ଦୀ ନାୟକ, ୧୦- କୁମାରୀ ପାୟଲ ବେହେରା ରହିଥିବା ବେଳେ ଶ୍ରୀ ସଂଜୟ କୁମାର ଦଳର ଲିଆସନ ଅଫିସର ରହିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ରୂପାୟନ କରିବାରେ କଳାହାଣ୍ଡିର ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ଅକ୍ଲାନ୍ତ ପରିଶ୍ରମ ଏବଂ ପ୍ରଚେଷ୍ଟା କରିଥିବାରୁ ତାଙ୍କୁ ଅନୁଷ୍ଠାନର ସଭାପତି ଶ୍ରୀ ଜୟନ୍ତ କୁମାର ବେହେରା, ସାଧାରଣ ସମ୍ପାଦକ ଶ୍ରୀ ସତ୍ୟ ନାରାୟଣ ସିଂହ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଧନ୍ୟବାଦ ଏବଂ କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ଦଳର ସୁଗନ୍ଧିତ ଏବଂ ସଫଳ ଯାତ୍ରା ପାଇଁ ମାଁ ମାଣିକେଶ୍ୱତାଙ୍କ ପାଖରେ ପୂଜା । ଅର୍ଚ୍ଚନା କରାଯାଇଥିଲା ।


