କାଠ, 8 ଖଣ୍ଡ ଶାଳ ପଟା ସହ ଟ୍ରାକ୍ଟରକୁ ଜବତ କଲା ବନବିଭାଗ

କୋଦଳା , (ଗୁଲସନ କୁମାର): ଗଞ୍ଜାମ କେନ୍ଦ୍ରୀୟ ବନାଞ୍ଚଳ ଅଧିନ ବାଦୁଆପଲ୍ଲୀ ଗ୍ରାମରେ ଏକ ଟ୍ରାକ୍ଟର ଯୋଗେ କାଠ ଚାଲାଣ ହୋଇଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ରଗଡା ଵନପାଳ ଯିବନାନନ୍ଦ ତ୍ରିପାଠୀ ତାଙ୍କ ଟିମ ସହ ଅତର୍କିତ ଭାବେ ଚଢ଼ାଉ କରିଥିଲେ।ରାତି ଅନ୍ଧକାରର ସୁଯୋଗ ନେଇ ଟ୍ରାକ୍ଟର ଛାଡ଼ି ଡ୍ରାଇଭର ଫେରାର ହେବାରେ ସକ୍ଷମ ହୋଇଛି।ଟ୍ରାକ୍ଟର ରୁ 34 ଖଣ୍ଡ କଷି ସାଇଜ କାଠ ସହ 8 ଖଣ୍ଡ ଶାଳ ପଟା ଜବତ ହୋଇଛି।ଆଜି ସକାଳୁ ଟ୍ରାକ୍ଟର ଓ କାଠ ଗୁଡିକୁ କେନ୍ଦ୍ରୀୟ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇ ଜବତ କରାଯାଇଛି।ଜବତ ସମୟରେ ସୋରଡ଼ା ପୋଲିସ,ଲାଠିପଡା ଵନପାଳ ଓ ଅନ୍ୟକର୍ମଚାରି ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ