କାର୍ଗିଲ ବିଜୟ ଦିବସ ଅବସରରେ
କାର୍ଗିଲ ୟୁଦ୍ଧର ଆରମ୍ଭ ହେବାର ଦିନ ପୂର୍ବରୁ କିଛି ମେଣ୍ଢାଚରାଳୀ ଏଲଲୋସି ଅଂଚଳରେ ସନ୍ଦେହ ଜନକ ଭାବେ ବୁଲୁଥିବା ଅପରିଚିତ ଲୋକଙ୍କୁ ଦେଖି ଯାଇ ସେଠୁ କାର୍ଗିଲ ଅଂଚଳରେ ନିଯୁକ୍ତ ଥିବା ସୈନ୍ୟ ମାନଙ୍କୁ ଖବର ପ୍ରଦାନ କରିଲେ. ଗୋଟେ ପକ୍ଷେ ତତ କାଳୀନ ଭାରତର ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଓ ସେହି ସମୟର ପାକିସ୍ତାନର ପ୍ରଧାନ ମନ୍ତ୍ରୀ ନବାବ ଶରିଫ ମିତ୍ରତାର ହାଥ ବଢେଇବା ଥିବା ବେଳେ ପାକିସ୍ତାନର ଆର୍ମି ମୁଖ୍ୟ ବିଶ୍ୱାସଘାତକ କାର୍ଯ୍ୟ କରିଚାଲିଥିଲା, ଏହିସମୟରେ ତତ କାଳୀନ ପାକିସ୍ତାନୀ ଚିଫ ଅଫ ଆର୍ମି ଜେନେରାଲ ପରର୍ବେଜ଼ ମୁଷାରଫ ଭୀତରୀ ଭାବେ ଭାରତ ବିରୁଦ୍ଧରେ ଷଡଯନ୍ତ୍ରର ଯୋଜନା ଚଳେଇଥିଲା. ଅପେରସନ ବଦର ଭାବେ ଯୋଜନା ମୁତାବକ ପାକିସ୍ତାନୀ ଆର୍ମି ଦ୍ୱାରା ସିମାଂଚଳରେ ସୈନିକ ମୁତନୟ କରାଯାଇଥିଲା. ଏନଏଚ -୧ ଅଂଚଳର ପ୍ରାୟ ୧୬୦ କିଲୋମିଟର ଅଂଚଳ ଯେଉଁଠି ସମ୍ପୂର୍ଣ ଘୁଷବୈଠ ଏବଂ ଯୁଦ୍ଧର ଘଟଣାକ୍ରମର ସାଖୀ ହୋଇ ରହିଛି ଆଜି ଯାଏଁ. ୩ ମେ, ୧୯୯୯ରେ ଆରମ୍ଭ ହୋଇଥିଲା ଏକ ଘମାସନ ଯୁଦ୍ଧ. ୫ ମେ ୧୯୯୯ରେ ୫ଜଣିଆ ଭାରତୀୟ ପେଟ୍ରୋଲଳିଙ୍ଗ ଟ୍ରୁପ ନିରକ୍ଷଣ ପାଇଁ ଯାଇ ଅତି ଦୟନୀୟ ଭାବେ ଅତ୍ୟାଚାରର ସମୁଖ ହୋଇ ମୃତ୍ୟୁକୁ ଆଲିଙ୍ଗନ କରିଥିଲେ, ଯୁଦ୍ଧ ଯେଉଁଥିରେ ନିଜ ମାତୃଭୂମିର ସମାନକୁ ବଂଚେଇବାକୁ ଯାଇ ୫୨୭ ଯବାନ ନିଜ ଜୀବନ ଜ୍ୟୋତିକୁ ସର୍ବଦା ପାଇଁ ଲିଭେଇଦେଇଥିଲେ. ଏ ଯୁଦ୍ଧରେ ନିଜ ଜୀବନକୁ ଗତ ୨୧ ବର୍ଷ ତଳେ ଆଜିର ଦିନରେ ନିଜ ଜୀବନକୁ ବଳିଦାନ କରି ଆମକୁ ସୁରକ୍ଷିତ ରଖିବାକୁ ଯାଇ ପରମ ବୀର ଚକ୍ରରେ ଭୂଷିତ ହୋଇ ଥିବା କ୍ୟାପ୍ଟିନ ବିକ୍ରମ ବାତ୍ରାଙ୍କ ଭଳୀ ବହୁ ବୀର ନିଜ ଜୀବନକୁ ବଳିଦାନ ଦେଇଥିଲେ. ଗ୍ରନେଡିଏର ଯୋଗେନ୍ଦ୍ର ସିଂ ଯାଦବ. ଲେପଟେଂଣ୍ଟ ମନୋଜ କୁମାର ପଂଡେୟା, ରାଇଫଲମେନ ସଞ୍ଜୟ କୁମାର ଭଳି ବୀର ନିଜ କଥା ଚିନ୍ତା ନ କରି ସେମାନେ ଶତ୍ରୁ ମାନଙ୍କୁ ନିଷ୍କାସନ କରିବା ପାଇଁ ନିଜ ଜୀବନର ବାଜି ଲଗେଇଥିଲେ. କାର୍ଗିଲ, ଯେଉଁଠି ଗ୍ରୀଷ୍ମ ଋତୁରେ ମଧ୍ୟ ଶୂନ୍ୟ ଠୁ ତଳକୁ ତାପମାତ୍ରା ଥାଏ, ସେହି ହାଡଭଙ୍ଗା ସୀତକୁ ଖାତିର ନ କରି ଆମ ଭାରତୀୟ ସୈନ୍ୟ ଶତ୍ରୁର ଆବାହନକୁ ସ୍ୱୀକାର କରି ୬୦ ଦିନଠୁ ଉର୍ଧ ସମୟ ଧରି ୟୁଦ୍ଧ କରି ଆମର ଭାରତୀୟ ସୀମାକୁ ସମ୍ପୂର୍ଣ ରୂପେ ସୁରକ୍ଷିତ କରି ଭାରତର ଗୌରବକୁ ବଢ଼େଇଥିଲେ. ଆଜି ୨୧ତମ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ସେ ବୀର ମାନକୁଂ ସହହୃଦୟ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ଧନ୍ୟବାଦ ଜଣାଇ ସେହି ଦିନ କୁ ସ୍ମରଣ କରିବା. ଜୟ ଯବାନ. ଜୟ କିସାନ. ଜୟ ଭାରତ ମାତୃଭୂମି.
ଓ. ପି. ପ୍ରଧାନ
ଛାତ୍ରୀ ଏ.ସ.ବି.ଆର. ମହିଳା ମହା ବିଦ୍ୟାଳୟ,
ବ୍ରହ୍ମପୁର, ଗଂଜାମ .


