କାର୍ଯ୍ୟାଳୟରେ ତାଲା : ନାମାଙ୍କନପତ୍ର ଦାଖଲ କରିପାରିଲେନି ପ୍ରାର୍ଥୀ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଅଁରା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡିଥିବାରୁ ଜଣେ ୱାର୍ଡସଭ୍ୟ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିପାରି ନାହାନ୍ତି । ଅଲେଖ ଚନ୍ଦ୍ର ନାୟକ ନାମକ ଜଣେ ଆଶାୟୀ ପ୍ରାର୍ଥୀ କରିଥିବା ଅଭିଯୋଗ ଅନୁଯାଇ ଅଁରା ପଞ୍ଚାୟତର ୧ନଂ ୱାର୍ଡରେ କେହି ନାମାଙ୍କନପତ୍ର ଦାଖଲ କରିନଥିବାରୁ ପୁନର୍ବାର ଏହି ୱାର୍ଡପାଇଁ ନାମାଙ୍କନପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଜି ଏହାର ଶେଷ ଦିନ ଥିବାବେଳେ ଆଶାୀ ପ୍ରାର୍ଥୀ ଅଲେଖ ନାୟକ ନାମାଙ୍କନପତ୍ର ଦାଖଲ କରିବାକୁ ଯାଇଥିଲେ । ମାତ୍ର ଦିନ ୧୨ଟା ଠାରୁ ଏହାର କାର୍ଯ୍ୟାଳୟରେ ତାଲା ଝୁଲୁଥିଲା । ଏଠାରେ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀଙ୍କୁ ଫୋନ କରିବାରୁ ତୁମେ ବ୍ଲକକୁ ପଳାଇ ଆସ ନାମାଙ୍କନପତ୍ର ଦାଖଲ କରି ପଳାଇବ ବୋଲି କହିଥିଲେ । ସେହି ଅନୁସାରେ ଆଶାୟୀ ପ୍ରାର୍ଥୀ ଜଣକ ବ୍ଳକକୁ ଆସି ନିର୍ବାଚନ ଅଧିକାରୀଙ୍କୁ ଖୋଜି ପାଇନଥିଲେ । ଏନେଇ ବିଡିଓଙ୍କୁ ଜଣାଇବାପରେ ବିଡିଓ ସଂପୃକ୍ତ ଅଧିକାରୀଙ୍କୁ ପଚାରିବାରୁ ସେ ଦିନ ୩ଟା୫ମିନିଟରେ ବନ୍ଦ କରି ଆସିଥିବା କହିବାରୁ ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ