ମା ସିଂହାସନୀଙ୍କ ଶକ୍ତିପୀଠରୁ ଆରମ୍ଭ ହେଲା ବିଜେଡ଼ିର ପ୍ରଚାର କାର୍ଯ୍ୟକ୍ରମ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ସିଂହାସନୀଙ୍କ ଶକ୍ତିପୀଠରୁ ବିଜୁ ଜନତା ଦଳର ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପୋଲସରା ବ୍ଲକର ପାଣ୍ଡିରିପଡା ପଞ୍ଚାୟତ କସିପଡା ସ୍ଥିତ ମା ସିଂହାସନୀ ଙ୍କ ଶକ୍ତିପୀଠରେ ପୂଜାର୍ଚ୍ଚନା ପରେ ପଞ୍ଚାୟତ ନିର୍ବାଚନ ଲାଗି ବିଜେଡ଼ିର ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ବିଜେଡି ପାର୍ଥୀଙ୍କ ନିମନ୍ତେ ପ୍ରଚାର କରିଥିଲେ । ପ୍ରଥମ ପ୍ରଚାର କାର୍ଯ୍ୟକ୍ରମ ପାଣ୍ଡିରିପଡା, ଗୋଛାବାଡ଼ି, ଭାବରଡାରୁ ଆରମ୍ଭ ହୋଇଥିବା ବେଳେ ଖଣ୍ଡୁରୁ ପଞ୍ଚାୟତର କୋଙ୍କରଡାରେ ବିଜୁ ଜନତା ଦଳର ୩୯ ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଝୁନୁ ଦାସ ଓ ସମର୍ଥିତ ସରପଞ୍ଚ ପାର୍ଥୀ ଶାନ୍ତିଲତା ବାରିକ ନିମନ୍ତେ ଭୋଟ ଭିକ୍ଷା କରିଥିଲେ । ସେହିପରି ମଥୁରା ଗ୍ରାମରେ ବୁଲି ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ବିକ୍ରମ କୁମାର ନାୟକ ଓ ସମର୍ଥିତ ସରପଞ୍ଚ ପାର୍ଥୀନୀ ସୁନୀତା ବେହେରା ଓ ସମିତି ସଭ୍ୟା ପାର୍ଥୀନୀ ମିନତୀ ପାତ୍ର ନିମନ୍ତେ ପ୍ରଚାର କରିଥିଲେ । ବନ୍ଥପଲି ପଞ୍ଚାୟତର ଉସ୍ତାପଡା, ମୁକ୍ତାମାଳଦେଇପୁର ଶାସନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ବିକ୍ରମ କୁମାର ନାୟକ ଓ ସମର୍ଥିତ ସରପଞ୍ଚ ପାର୍ଥୀ ପବିତ୍ର ରାଉତ ଓ ସମିତି ସଭ୍ୟା ପାର୍ଥୀନୀ ସଙ୍ଗୀତା ନାହାକ ଙ୍କ ନିମନ୍ତେ ବିଧାୟକ ପ୍ରଚାର କରିଥିଲେ । ବଡ ପଙ୍କଳବାଡ଼ି ପଞ୍ଚାୟତରେ ୩୮ ଜିଲା ପରିଷଦ ପ୍ରାର୍ଥୀ ଅଶୋକ କୁମାର ବିଷୋୟୀ ଓ ସରପଞ୍ଚ ପାର୍ଥିନି ଭାରତୀ ବେହେରା ଓ ସମିତି ସଭ୍ୟା ପାର୍ଥିନୀ ଲିଲି ବେହେରା, ଢୁଙ୍କାପଡା ପଞ୍ଚାୟତରେ ସରପଞ୍ଚ ପାର୍ଥୀ ସିମାଞ୍ଚଳ ସେଠୀ ଓ ସମିତିସଭ୍ୟା ପାର୍ଥିନୀ ସଂଯୁକ୍ତା ବାଡତ୍ୟାଙ୍କ ନିମନ୍ତେ ପ୍ରଚାର କରିଥିଲେ । ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମେତ ଦଳ ସମର୍ଥୀତ ସରପଞ୍ଚ ଓ ସମିତି ମେମ୍ବର ଙ୍କ ଲାଗି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଭୋଟରଙ୍କୁ ଭୋଟ ଭିକ୍ଷା କରିବା ସହିତ ଜିଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ। ଏହି ପ୍ରଚାର କାର୍ଯ୍ୟରେ ଜିଲ୍ଲା ପରିଷଦ ପ୍ରାର୍ଥୀ, ସରପଞ୍ଚ ଓ ସମିତି ମେମ୍ବର ପ୍ରାର୍ଥୀ , ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନ, ବିଜେଡ଼ି ପ୍ରଚାର କମିଟିର ଆବାହକ ପୀତବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ