ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ ଗଣମାଧ୍ୟମ ଦିବସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ ସମ୍ମୀଳନୀ ଗୃହରେ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ଦିବସ ଆଜି ପାଳିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ କୁମାର ଶିଶା,ବରିଷ୍ଠ ସାମ୍ବାଦାକ ଗରୁଡଧ୍ୱଜ ଚୌଧୁରୀ ଏହି ଜିଲ୍ଲାସ୍ତରୀୟ ଗଣମାଧ୍ୟମ ଦିବସୀୟ ସଭାରେ ମଞ୍ଚାସିନ ଥିଲେ । ଜିଲ୍ଲାପାଳ ଶ୍ରୀ ପଣ୍ଡା ସାମ୍ବାଦିକମାନଙ୍କୁ ଏହି ଅବସରରେ ସ୍ୱାଗତ କରିବା ସହ ସମାଜର ଉନ୍ନତି ଓ ବିକାଶ ପାଇଁ ସାମ୍ବାଦିକମାନଙ୍କ ଅବଦାନକୁ ଭୁୟଶୀ ପ୍ରସଂସା କରିଥିଲେ । ବରିଷ୍ଠ ସାମ୍ବାଦିକ ଗରୁଡଧ୍ୱଜ ଚୌଧୁରୀ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବାସହ ଏହାର ସମାଧାନ ପାଇଁ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ଦାବି କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ କୁମାର ଶିଶା ଏଥିରେ ଯୋଗ ଦେଇ ସାମ୍ବାଦିକମାନଙ୍କ ଦାୟୀତ୍ୱବୋଧ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ । ଗଜପତି ଜିଲ୍ଲା ସ୍ତରୀୟ ସମସ୍ତ ସାମ୍ବାଦିକମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ