କାହିଁକି ଫଟୋଗ୍ରାଫରଙ୍କୁ କରାଗଲା ହତ୍ୟା ? କିଏ ସେହି ୱେବ ପୋର୍ଟାଲ ମାଲିକାଣୀ : ଯାହାଙ୍କ ସମ୍ପୃକ୍ତି ନେଇ ସନ୍ଦେହ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମମଲାରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ହତ୍ୟା ପଛରେ ୱେବ ପୋର୍ଟାଲ ମାଲିକାଣୀଙ୍କ ଭୂମିକା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ସେହି ୱେବ୍ ପୋର୍ଟାଲ ମାଲିକାଣୀଙ୍କ ଫଟୋ ସାମ୍ନାକୁ ଆସିଛି । ଏହି ମହିଳା ଜଣଙ୍କ ଏହି ହତ୍ୟାକାଣ୍ଡ ପଛରେ ଥିବା ଜଣାପଡ଼ୁଛି ।ପୋଲିସ ଘଟଣାର ଛାନଭିନ୍ କରୁଥିବା ବେଳେ ଏକ ବିଶ୍ୱସ୍ତ ସୂତ୍ରରୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ୱେବ ପୋର୍ଟାଲ ମାଲିକାଣୀ ଜଣକ ମାନସଙ୍କୁ ଅଶ୍ଳିଳ ଫିଲ୍ମର ଶୁଟିଂ ପାଇଁ ଲଗାଇଥିବା ଜଣାପଡ଼ିଛି । ତେବେ କ୍ୟାମେରାମ୍ୟାନ୍ ମାନସଙ୍କ ପାଖରେ କିଛି ଭିଡିଓ କ୍ଲିପ୍ ରହିଯାଇଥିଲା । କ୍ଲିପକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରୁଥିଲେ ୱେବ ପୋର୍ଟାଲ ମାଲିକାଣୀ । ସୂଚନା ଅନୁସାରେ କୁଆଡ଼େ ମାନସ ସ୍ୱାଇଁ ଏହି କାମ ଛାଡ଼ି ଘରକୁ ପଳାଇ ଆସିଥିଲେ । ଏହାପରେ ଚାରି ପାଂଚ ଜଣ ଲୋକଙ୍କୁ ନେଇ ମାଲିକାଣୀ ତାଙ୍କୁ ଖୋଜାଖୋଜି କରିଥିଲେ । ପରେ ଜଣାପଡ଼ିଥିଲା ସେ ଚାନ୍ଦାବାଲି ନିକଟରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଛନ୍ତି । ସେଠାରୁ ତାଙ୍କୁ ଉଠାଇ ନେଇ ଭୁବନେଶ୍ୱର ସ୍ଥିତ ଏକ ବୃଦ୍ଧାଶ୍ରମକୁ ନେଇଆସିଥିଲେ । ସେଠାରେ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା । ଆଉ ଏହି ମାରପିଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୱେବ ପୋର୍ଟାଲ ମାଲିକାଣୀ ଏବେ ଫେରାର୍ ଅଛନ୍ତି । ତାଙ୍କ ସହିତ ନିରଂଜନ ସେଠୀ ଓ ଆଉ କିଛି ଜଣ ବ୍ୟକ୍ତି ଫେରାର ଅଛନ୍ତି । ୭ ଫେବୃଆରୀ ୨୦୨୨- ଫଟୋଗ୍ରାଫର ମାନସ ସ୍ୱାଇଁଙ୍କୁ ଚାନ୍ଦବାଲିରୁ ଅପହରଣ କରାଗଲା । ସେ ଏକ ବାହାଘରରେ ସୁଟିଂ କରୁଥିଲେ I ଚାନ୍ଦବାଲି ଥାନା ନାଲଗୁଣ୍ଡା ପଳାସପୁର ଛକ ନିକଟରୁ ମାନସଙ୍କୁ ଅପହରଣ କରାଗଲା I ଏକ ମାରୁତି କାରରେ ଜଣେ ମହିଳାଙ୍କ ସମେତ ୬ ଜଣ ଅପହରଣ କରିଥିଲେ I ୮ ଫେବୃଆରୀ ୨୦୨୨ – ଫଟୋଗ୍ରାଫର ମାନସ ସ୍ୱାଇଁଙ୍କୁ ଭୁବନେଶ୍ୱରର ଏକ ବୃଦ୍ଧାଶ୍ରମରେ ହତ୍ୟା କରାଗଲା I ଭୁବନେଶ୍ୱର ଉପକଣ୍ଠ କୁହା-କଂଟିଲୋରେ ଥିବା ‘ଦୟାଲ ଆଶ୍ରମ’ରେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଲା  ଭୁବନେଶ୍ୱରରୁ ମାନସ ସ୍ୱାଇଁଙ୍କ ମୋବାଇଲ ଜଣେ ଚା ବିକାଳି ପାଇଥିବା ଦାବି କଲେ I ୧୪ ଫେବୃଆରୀ ୨୦୨୨ – ମାନସଙ୍କ ପରିବାର ଲୋକେ ନିଖୋଜ ଥିବା ନେଇ ଚାନ୍ଦବାଲି ଥାନାରେ ଏତଲା ଦେଲେ I ମାନସ ସ୍ୱାଇଁ ‘ ସମ୍ପୂର୍ଣ୍ଣ’ ନାମକ ଏକ ୱେବ ପୋର୍ଟାଲ ପାଇଁ କାମ କରୁଥିବା ଜଣାପଡ଼ିଲା I ୱେବ ପୋର୍ଟାଲ ମାଲିକାଣୀ ତାଙ୍କୁ ଅଶ୍ଲୀଳ ଫିଲ୍ମ ସୁଟିଂରେ ଲଗାଉଥିବା ପୋଲିସକୁ ସୂଚନା ମିଳିଲା I କିଛି ଭିଡ଼ିଓ କ୍ଲିପକୁ ନେଇ ମାନସ ଓ ୱେବ ପୋର୍ଟାଲ ମାଲିକାଣୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଲା ପୋଲିସ ତଦନ୍ତ ପରେ ନୟାଗଡ଼ର ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା କଲା I କୃଷ୍ଣଚନ୍ଦ୍ର ନାୟକ , ଭାଗ୍ୟଧର ନାୟକ ଓ ବିବେକ ନାୟକକୁ ଗିରଫ କଲା ପୋଲିସ ଅଭିଯୁକ୍ତଙ୍କ ଠାରୁ ସୂଚନା ପାଇ ମାର୍ଚ୍ଚ ୧୨ ତାରିଖରେ ରଣପୁର ଥାନା ବଧିପାଟଣା ନିକଟ ପାହାଡ଼ ପାଖରୁ ପୋତା ଯାଇଥିବା ଶବକୁ ଉଦ୍ଧାର କଲା ପୋଲିସ I ଏବେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ୱେବ ପୋର୍ଟାଲ ମାଲିକାଣୀଙ୍କ ସହ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି I  ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ