କିନ୍ନର ସାଜିଲେ ଶ୍ରୀତମ

ଭୁବନେଶ୍ୱର: ନୂଆ ଚେହେରା ନେଇ ପରଦାକୁ ଓହ୍ଲାଉଛନ୍ତି ଅଭିନେତା ଶ୍ରୀତମ ଦାସ । ମଥାରେ ନାଲି ଟିକିଲି, ଓଠରେ ଲିପଷ୍ଟିକ ଓ ଚୁଟିରେ ଖୋସା ସହ ନୀଳାଦ୍ରି ବିହାରସ୍ଥିତ ଏକ ବସ୍ତିରେ ହିଞ୍ଜିଡା ରୂପରେ ତାଙ୍କୁ ଦେଖିବାକୁ ମିଳିଥିଲା । ବାସ୍ତବରେ ରବୀନ୍ଦ୍ରନାଥ ପଣ୍ଡାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘କିଏ ହେବ ମୋ ହିରୋଇନ’ ଚଳଚ୍ଚିତ୍ରର ସୁଟିଂ ସେଟରେ ହିଁ ଶ୍ରୀତମଙ୍କ କିନ୍ନର ରୂପ ଦେଖିବାକୁ ମିଳିଛି । ଏଥିରେ ସେ ଚଳଚ୍ଚିତ୍ରର ନାୟକ ଅସିତଙ୍କୁ ପାଳିଥିବା ଆମ୍ମା କିନ୍ନର ଭୂମିକା ନିଭାଉଛନ୍ତି । ଆଗରୁ ମଧ୍ୟ ଶ୍ରୀତମ ‘ଆଣ୍ଟି ନମସ୍କାର’ ଚଳଚ୍ଚିତ୍ରରେ ଜଣେ ମହିଳା ଭୂମିକାରେ ଅଭିନୟ କରିସାରିଛନ୍ତି । ମାତ୍ର ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରିନାହିଁ । ତେବେ ୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶ୍ରୀତମଙ୍କୁ ପ୍ରଥମ ଥର ପାଇଁ ଜଣେ କିନ୍ନର ଭୂମିକାରେ ଅଭିନୟର ସୁଯୋଗ ମିଳିଛି । ଏହାକୁ ନେଇ ସେ ବେଶ୍ ଆଶାବାଦୀ । କିନ୍ନର ରୂପରେ ତାଙ୍କୁ କିଛି ନିଆରା କରିବାର ସୁଯୋଗ ମିଳିଥିବାବେଳେ କିନ୍ନରଙ୍କ ଗହଣରେ ସେ ଏବେ ବେଶି ସମୟ ବିତାଉଛନ୍ତି । ସେମାନଙ୍କ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତାକୁ ଅନୁକରଣ କରୁଛନ୍ତି । ବାସ୍ତବରେ ଚଳଚ୍ଚିତ୍ରଟି କିନ୍ନରଙ୍କ ଉପରେ ଆଧାରିତ ଏବଂ ଏହାର ନିର୍ଦ୍ଦେଶନା ଦେଉଛନ୍ତି ବାପି । ତେବେ କିନ୍ନର ଭୂମିକାରେ ସେ ଦର୍ଶକଙ୍କୁ କେତେ ପସନ୍ଦ ଆସିବେ ତାହା ଚଳଚ୍ଚିତ୍ର ମୁକ୍ତିଲାଭ ପରେ ଜଣାପଡ଼ିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ