କିଷାନ ମୋର୍ଚ୍ଚା, ଟ୍ରେଡ଼ ୟୁନିଅନ ମିଳିତ ମଞ୍ଚର ବନ୍ଦ ପାଳନ ଓ ରାଲି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କେନ୍ଦ୍ର ସରକାରଙ୍କଶ୍ରମିକ ଓ କୃଷକ ବିରୋଧୀ ନୀତି ସହ ଜାତୀୟତା ବିରୋଧୀ ଧ୍ୱଂସକାରୀ ନୀତି ଗୁଡିକ ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡ଼ ୟୁନିଅନ ମାନଙ୍କର ମିଳିତ ମଞ୍ଚ ଏବଂ ସ୍ୱାଧୀନ ଫେଡେରେସନ ତରଫରୁ ଆୱାନ କରାଯାଇଥିବା ଭାରତ ବନ୍ଦ ଡାକରା ଆଜି ପାରଳାଖେମୁଣ୍ଡି ଠାରେ କେବଳ ବସ ଚଳାଚଳ ବନ୍ଦ ରହିଥିଲା. ଦୋକାନ ବଜାର, ଅଫିସ, ବ୍ୟାଙ୍କ, ସମସ୍ତ ଶିକ୍ଷା ଅନୁଷ୍ଠାନ ଆଦି ଯଥା ରୀତିରେ ଚାଲୁ ରହିଥିଲା. ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ସେମାନଙ୍କର ମିଳିତ ମଞ୍ଚ ଦ୍ୱାରା ଏକ ଶୋଭାଯାତ୍ରା ପାରଳା ସହର ପରିକ୍ରମା କରାଯାଇ କେନ୍ଦ୍ର ସରକାରଙ୍କ ଶ୍ରମିକ କୃଷକ ବିରୋଧୀ ନୀତି ବିରୋଧରେ ବିଭିନ୍ନ ସ୍ଲୋଗାନ ଦିଆ ଯାଇଥିଲା.


