ବାଲେଶ୍ୱର ରୁ ସହସ୍ରାଧିକ ରାମ ଭକ୍ତଙ୍କୁ ନେଇ ଅଯୋଧ୍ୟା ବାହାରିଲା ସ୍ୱତନ୍ତ୍ର ଆସ୍ଥା ଏକ୍ସପ୍ରେସ
ବାଲେଶ୍ୱର, (ସରୋଜ ପଣ୍ଡା):ଦୀର୍ଘ ବର୍ଷ ଅପେକ୍ଷା ପରେ ଜାନୁଆରୀ ୨୨ତାରିଖ ରେ ଅଯୋଧ୍ୟା ରେ ସନାତନୀ ଙ୍କ ପ୍ରାଣର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯାଇଥିଲା, ବାଲେଶ୍ୱର ର ଅନେକ ଶ୍ରୀରାମ ଭକ୍ତ ମଧ୍ୟ ଚାହିଁ ରହିଥିଲେ ଅଯୋଧ୍ୟା ଶ୍ରୀରାଘବ ରୁପି ଶ୍ରୀରାମ ଙ୍କୁ ଦର୍ଶନ କରିବାକୁ, ତେବେ ଆଜି କିଛି ରାମ ଭକ୍ତଙ୍କ ଆଶା ପୂରଣ ହୋଇ ପାରିଛି, ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ରେଳ (ଆସ୍ଥା ଏକ୍ସପ୍ରେସ )ଆଜି ଦିବା ୧୦.୩୦ରେ ବାଲେଶ୍ୱର ରେଳ ଷ୍ଟେସନ ରୁ ଅଯୋଧ୍ୟା ମୁଖେ ବାହାରିଛି,ଏହି ଟ୍ରେନ ଛାଡ଼ିବା ସମୟରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର,ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ସମେତ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ୟ୍ୟକାରୀଣି ସଦସ୍ୟ ଶୁଭଙ୍କର ମହାପାତ୍ର,ଶୋଭନା ମହାନ୍ତି,ଜିଲ୍ଲା ବିଜେପି ଉପ ସଭାପତି ମମତା ମହାପାତ୍ର, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ରାଜ୍ୟ ମହିଳା ନେତ୍ରୀ ସୁଷମା ରାଣୀ ବିଶ୍ୱାଳ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର,ଉପ ସଭାପତି ନାରାୟଣ ମୋହନ୍ତ,ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା,ଅନିଲ ମହାନ୍ତି,ପରମାନନ୍ଦ ମହାପାତ୍ର,କ୍ରିଷ୍ଣା ସାହା ପ୍ରମୁଖ ଉପସ୍ଥିତ ରହି ସମସ୍ତ ରାମ ଭକ୍ତ ଙ୍କୁ ସଫଳ ଯାତ୍ରାପାଇଁ ଶୁଭେଚ୍ଛା ପ୍ରଦାନ କରିଥିଲେ, ବାଲେଶ୍ୱର ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନଙ୍କ ନେତୃତ୍ୱରେ ବାଲେଶ୍ୱର ଲୋକସଭା ସମେତ ମୟୁରଭଞ୍ଜ ଲୋକସଭା କ୍ଷେତ୍ରର ୧୫୪୦ଜଣ ରାମ ଭକ୍ତ ଙ୍କୁ ନେଇ ଏହି ଟ୍ରେନ ଆସନ୍ତା କାଲି ଭୋର ୩.୨୦ ସମୟରେ ଅଯୋଧ୍ୟାର ଦର୍ଶନନଗର ଷ୍ଟେସନ ରେ ପହଂଚି ପୁଣି ୧୮ ତାରିଖ ସକାଳ ୮ ଘଟିକା ରୁ ଉକ୍ତ ଷ୍ଟେସନ ରୁ ବାହାରି ୧୯ତାରିଖ ରାତ୍ରୀ ୧.୦୫ ରେ ପହଂଚିବ


