କୁମାରୀ ଙ୍କ ଖୁଦୁରୁକୁଣୀ ଓଷା ଆରମ୍ଭ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଭାଦ୍ରବ ମାସ ର ପ୍ରଥମ ରବିବାର।ପାରମ୍ପରିକ ପ୍ରଥାନୁସାରେ ଗାଁ ଗାଁ ରେ କୁମାରୀ ଝିଅ ମାନେ ଆରମ୍ଭ କରିଛନ୍ତି ଖୁଦୁରୁକୁଣି ଓଷା। ପ୍ରାତଃ ରୁ ଗାଁ ପୋଖରୀ/ନଦୀ କୁ ଯାଇ ଓଷା ପାଳନ କରିଥିବା କୁମାରୀ ମାନେ ସ୍ନାନ କରି ପୋଖରୀ/ନଦୀ କୂଳ ରେ ବାଲୁକା ସ୍ତୁପ କରି ତହିଁ ରେ ଫୁଲ ଦେଇ ପୁଜାକରି ଘରକୁ ଫେରିଥିଲେ। ସଂଧ୍ୟା ରେ ସମସ୍ତେ କୋଠ ଘରେ ଅଥବା ଗ୍ରାମ ଦେବତୀ ଙ୍କ ପୀଠ ଠାରେ ଏକତ୍ରିତ ହୋଇ ଖୁଦୁରୁକୁଣି ଙ୍କ ପୂଜା କରିଥିଲେ। ଏକ ସୁ ସଜ୍ଜିତ ପେଣ୍ଡାଲ ରେ ଖୁଦୁରୁକୁଣି ଙ୍କ ମୂର୍ତ୍ତି ରଖି ତାଙ୍କୁ ଫୁଲ ରେ ସଜାଇ ଥିଲେ। ତାଙ୍କ ନିକଟରେ ଫଳ ମୂଳ ଖୁଦ ଭଜା ଭୋଗ ଲାଗି କରିବା ସହିତ ସମସ୍ତେ ଏକତ୍ର ବନ୍ଦାପନା କରିଥିଲେ। ଏହାପରେ ଖୁଦୁରୁକୁଣି ଓଷା ବହି ପାଠ କରାଯାଇଥିଲା।ଏହା ପ୍ରକୃତରେ ମା ମଙ୍ଗଳା ଙ୍କ ପୂଜା। ଅତୀତ ରେ ସାଧବ ଘର କାହାଣୀ କୁ ନେଇ ଏହି ପୂଜା ଆରମ୍ଭ ହୋଇଥିବା ଗବେଷକ ମାନେ କୁହନ୍ତି। ନିଜ ଭାଇ ମାନଙ୍କ ମଙ୍ଗଳ କାମନା କରି ଭଉଣୀ ମାନେ କାହିଁ କେତେ କାଳରୁ ଏହି ପାରମ୍ପରିକ ପୂଜା କରିଆସୁଛନ୍ତି। ଏହି ପୂଜା ଭାଦ୍ରବ ମାସ ର ୫ ରବିବାର କରିବା ପରେ ଶେଷ ରବିବାର ଉଦଯାପନ ହେବ। ଖୁଦୁରୁକୁଣି ପୂଜା ପାଇଁ ପ୍ରାଚୀ ଉପତ୍ୟକା ର ସମସ୍ତ ଗାଁ ଉତ୍ସବ ମୁଖର ହୋଇଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ