ପୋଲସରା କଲେଜରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଅକ୍ଟୋବର ୩୧ ତାରିଖ ଦିନ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ୧୮୭୫ ଅକ୍ଟୋବର ୩୧ ତାରିଖ ଦିନ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜନ୍ମ ଦିବସକୁ ୨୦୧୪ ମସିହାରୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ କଲେଜର ପ୍ରିନ୍ସପାଲ ଡକ୍ଟର ଦିବାକର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ଡ଼ଃ ଜ୍ୟୋସ୍ନା ରାଣୀ ପଟ୍ଟନାୟକ ସଂଯୋଜନା କରିଥିଲେ। ଅତିଥିଭାବେ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ ଓ ବସନ୍ତ କୁମାର ପାଣି ଯୋଗଦେଇଥିଲେ। ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଏନ.ଏସ.ଏସ ସ୍ବେଚ୍ଛାସେବୀମାନଙ୍କୁ ନିଜ ବକ୍ତବ୍ୟରେ ଦେଶର ଏକତା ପାଇଁ ଜାତି, ଧର୍ମ, ବର୍ଣ୍ଣ, ଭାଷା ନିର୍ବିଶେଷରେ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ୨୫୦ ଜଣରୁ ଉର୍ଦ୍ଧ ଛତ୍ରଛାତ୍ରୀ ରାଷ୍ଟ୍ରୀୟ ଏକତା ପାଇଁ ଶପଥ ପାଠ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ