କୁମ୍ଭୀରକୁ ଗିଳିଲା ଅଜଗର

କୁମ୍ଭୀରକୁ ପାଣିର ରାଜା କୁହାଯାଏ । କାରଣ ଏହାର ଅଞ୍ଚଳକୁ କେହି ଯଦି ଯାଏ ତେବେ ତା’ ପାଟିରୁ ବଞ୍ଚିବା ଅସମ୍ଭବ ହୋଇପଡ଼େ । କିନ୍ତୁ ଏକ ଅଜଗର ପାଖରେ ହାର ମାନିଛି କୁମ୍ଭୀର । ଶେଷରେ ଅଜଗରଟି ଗିଳିଦେଇଛି କୁମ୍ଭୀରକୁ । ବିଶ୍ୱାସ ହେଉ ନ ଥିଲେ ବି ସତ । ଏହାର ଏକ ଫଟୋ ସୋସିିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଅଷ୍ଟ୍ରେଲିଆର ଜିଜି ୱାଇଲ୍ଡ ଲାଇଫ୍ ରେସ୍କ୍ୟୁ ଶେୟାର କରିଛି । ଫଟୋଟିରେ ଅଜଗରଟି କିପରି କୁମ୍ଭୀରକୁ ଗିଳୁଛି ତାହା ଦେଖିବାକୁ ମିଳିଛି । ପଶ୍ଚିମ ଅଷ୍ଟ୍ରେଲିଆର ସବୁଠୁ ଲମ୍ବା ଅଜଗର ସାପ ମଧୁର ଜଳରେ ବାସ କରିଥାଏ । ଏହି ୁବ୍ ଲମ୍ବା । ତେଣୁ କୁମ୍ଭୀର, ହରିଣ, ମଣିଷଙ୍କୁ ସହଜରେ ଗିଳିଦେଇଥାଏ ଏହି ଅଜଗର । ଅଷ୍ଟ୍ରେଲିଆର ଅଜଗରଙ୍କ ଲମ୍ବ ୧୩ ଫୁଟରୁ ଅଧିକ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋକୁ ୪୨ ହଜାରରୁ ଅଧିକ ଲୋକ ଦେଖିସାରିଲେଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ