କୁଲି ମଜୁରୀ ପାଇଁ ଚିନ୍ତା ପାଲଟିଛି
ମୋହନା,(ଅଂଶୁମାନ ପଣ୍ଡା): ସାରା ରାଜ୍ୟରେ କରୋନା ର ଭୟ ରହିଥିବା ବେଳେ ଏବେ କୁଲି ମଜୁରୀ ପାଇଁ ଚିନ୍ତା ପାଲଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ କଦମ୍ବଚୁଆ ଗାଁ ରେ୬୦ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି କିନ୍ତୁ ସବୁ କୁଲି ମଜୁରୀ କରି ବଞ୍ଚନ୍ତି ସେପରି ଗାଁର କିଛି ମହିଳା ମାନେ ବ୍ରହ୍ମପୁର ରୁ ଜରି ଅଖା କିଣିଆଣି ସେଇ ସୂତାରେ ଚାଷୀ ଜାଵ ତୀୟ ଜିନିଷ ପଘା ,ପଲପ,ଯୁତ, ସଲପ ଆଦି ବିଭିନ ଜିନିଷ ତିଆରି କରି ପେଟ ପୁସିବା ପାଇଁ ବିଭିନ ହାଟ ଓ ଗାଁ ଗଣ୍ଡା ଯାଇ ବିକନ୍ତି ରାୟଗଡ଼ା, ଗୁମୁଡ଼ା, ପାରଳାଖେମୁଣ୍ଡି, ଚାନ୍ଦିପୁଟ, ଅଡ଼ବା ଆଦି ଅଞ୍ଚଳକୁ ନେଇ ବିକି ପେଟ ପୁସୁଛନ୍ତି କିନ୍ତୁ କରୋନା ପାଇଁ ଲୋକଡ଼ାଉନହଇଥିବା ଯୋଗୁ ବେପାର ନଥିବାରୁ ଚଳିବା ମୁସ୍କିଲ ହାଇଛି ତେବେ ସରକାର ତରଫରୁ ମିଳିଛି ଚାଉଳ ଓ ହଜାର ଟଙ୍କା କିନ୍ତୁ ଏତିକି ଚାଉଳ ଓ ଟଙ୍କା କୋଣ ହେବ ତିନିମାସ ଚଳିବା ଅସମ୍ଭବ ବୋଲି କହିଛନ୍ତି


