କୃଷକଙ୍କ ପୁଅ ତିଆରି କଲେ ହେଲିକପ୍ଟର

ରାଜସ୍ଥାନ, ଦୌସାର ବାନ୍ଦିକୁଇ କ୍ଷେତ୍ରସ୍ଥ ଆଭାନେରୀ ଗ୍ରାମପଞ୍ଚାୟତର ଦୁଇ ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମର ଚେତରାମ ଗୁଜ୍ଜର । ଅଭାବ ଅନଟନ ଓ ବିଭିନ୍ନ ବିଷମ ପରିସ୍ଥିତିରେ ଥାଇ ବି ସେ ଏମିତି ଏକ ଜିନିଷ ତିଆରି କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି । ତାହା ହେଉଛି ଏକ ଉଡି ପାରୁଥବା ହେଲିକପ୍ଟର । ଆଇଟିଆଇ ଡିଗ୍ରିଧାରୀ ଚେତରାମ ପଢ଼ିବା ସମୟରୁ ହିଁ ହେଲିକପ୍ଟର ତିଆରି କରିବାର ସ୍ୱପ୍ନ ଦେଖିଥିଲେ । ସେଥିପାଇଁ ସେ ବିଭିନ୍ନ ଲୁଜ୍ ପାର୍ଟସ ଓ ଅଦରକାରୀ ଜିନିଷ ସଂଗ୍ରହ କରିବା ଆରମ୍ଭ କରିଥିଲେ । ସେହି ସାମଗ୍ରୀ ସବୁରେ ସେ ବହୁ ପରିଶ୍ରମ କରି ଏକ ବର୍ଷ ଭିତରେ ହେଲିକପ୍ଟରଟିଏ ତିଆରି କଲେ । ଚେତରାମ କହନ୍ତି, ତାଙ୍କୁ ଯଦି ଏହାକୁ ଉଡ଼ାଇବାର ଅନୁମତି ମିଳନ୍ତା ତେବେ ସେ ଉକ୍ତ ହେଲିକପ୍ଟରକୁ ୨୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ାଇ ଦେଖାଇପାରନ୍ତେ । ହେଲିକପ୍ଟର ତିଆରି କରିବା ପାଇଁ ତାଙ୍କୁ ଦିନରେ ୧୨ରୁ ୧୫ ଘଣ୍ଟା ପରିଶ୍ରମ କରିବାକୁ ପଡୁଥିଲା । ଆର୍ଥିକ ଅଭାବ ସତ୍ତେ୍ୱ ପୁଅର ସ୍ୱପ୍ନ ଓ ପ୍ରଚେଷ୍ଟା ଦେଖି ବାପା ବିଭିନ୍ନ ଆଡୁ ଟଙ୍କା ଯୋଗାଡ଼ କରିଥିଲେ । ହେଲିକପ୍ଟରଟି ସମ୍ପୂର୍ଣ୍ଣ ହେବା ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । ପ୍ରଥମେ ଏଥିରେ ସେ ମୋଟରସାଇକେଲର ସିଙ୍ଗଲ ପେଟ୍ରୋଲ ଇଞ୍ଜିନ ଲଗାଇଥିଲେ । ହେଲେ ହେଲିକପ୍ଟର ଉଡ଼ି ନ ଥିଲା । ତେଣୁ ଡିଜେଲ ଇଞ୍ଜିନ ଲଗାଇଲେ । ହେଲେ କମ୍ପନ ପାଇଁ ଅସଫଳ ହେଲା । ପରେ ହୋଣ୍ଡା ସିବିଜେଡ୍ ବାଇକ୍ର ଦୁଇ ଇଞ୍ଜିନ ଲଗାଇବାରୁ ହେଲିକପ୍ଟର ଉଡ଼ିପାରିଲା । ଚେତରାମ ଦାବି କରନ୍ତି ଯେ, ଉକ୍ତ ହେଲିକପ୍ଟର ୨୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ