କୃଷିଋଣ ମେଳା ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା) :-ୟୁକୋ ବ୍ୟାଙ୍କ, ବାଲେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ଶାଖାମାନଙ୍କ ପକ୍ଷରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଆଦି ୭ଟି ଜିଲାରେ ୩ଦିନିଆ କୃଷି ଋଣମେଳା ଅନୁଷ୍ଠିତ ହୋଇଯାଇଛି । ଗତ୧୪ରୁ ଏହି ମେଳା ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି କ୍ୟାମ୍ପରେ ବାଲେଶ୍ୱର ଜୋନ ଅଧୀନସ୍ଥ ୭୯ଟି ଶାଖା ଦ୍ୱାରା ୨୫୩ ଜଣ ହିତାଧିକାରୀଙ୍କୁ ୩.୮୪କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା । ସେଥି ମଧ୍ୟରୁୁ ୨.୪୫ କୋଟି ଟଙ୍କା ୧୧୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ, ୨୨.୭୮ଲକ୍ଷ ଟଙ୍କା ୩୮ ଜଣ କେସିସି ହିତାଧିକାରୀଙ୍କୁ ଏବଂ ୧.୧୬ କୋଟି ଟଙ୍କାର ଋଣ ଅନ୍ୟାନ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ବ୍ୟାଙ୍କ ପକ୍ଷରୁ ରିଟେଲ ଏବଂ ଏମଏସଏମଇ ଅଭିଯାନ ଗତ ମାସ ୧୯ ତାରିଖରୁ ଆରମ୍ଭ କରାଯାଇଅଛି । ବ୍ୟାଙ୍କର ବାଲେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରିଟେଲ ଏବଂ ଏମଏସଏମଇ କ୍ଷେତ୍ରରେ ଚଳିତ ମାସ ୧୭ ତାରିଖ ସୁଦ୍ଧା ୨୯.୬୩ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି । ସେଥି ମଧ୍ୟରୁ ବାଲେଶ୍ୱର ଜୋନର ବିଭିନ୍ନ ଶାଖା ଦ୍ୱାରା ୨୩.୬୩ କୋଟି ଟଙ୍କା ରିଟେଲ କ୍ଷେତ୍ରରେ ଏବଂ ୫.୫୮ କୋଟି ଟଙ୍କା ଏମଏସଏମଇ କ୍ଷେତ୍ରରେ ମଞ୍ଜୁର କରାଯାଇଛି । ଏହି ରିଟେଲ ଏବଂ ଏମଏସଏମଇ ଅଭିଯାନ ୧୯ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଚାଲୁ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ