ବ୍ଲକସ୍ତରୀୟ ଲାଇବ୍ରେରୀ ଭବନର ଭିତ୍ତିପ୍ରସ୍ତର ସ୍ଥାପନ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ମଠଡାହି ଠାରେ ବ୍ଲକ ସ୍ତରୀୟ ଲାଇବ୍ରେରୀ ଭବନର ଶିଳାନ୍ୟାଶ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର.ସମ୍ମାନୀୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ପମୁଖ ଯୋଗଦେଇ ନଡିଆ ଭାଙ୍ଗି ଏହାର ଭିତ୍ତପ୍ରସ୍ତର ସ୍ଥପେନ କରିଥିଲେ । ୩କୋଟି ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଲାଇବ୍ରେରୀ ଭବନ ନିର୍ମାଣ କରାଯିବ । ଏହାଦ୍ୱାରା ହାଟଡିହି ବ୍ଲକର ଛାତ୍ରଛାତ୍ରୀ, ସାହିତି୍ୟକ, କବିମାନେ ଉପକୃତ ହୋଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ହାଟଡିହି ସରପଞ୍ଚ ରବିନ୍ଦ୍ର କୁମାର ସାହୁ, ଇଂ ରବିନ୍ଦ୍ର କୁମାର ସାହୁ, ପୁର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଇଂ କେଳୁ ଚରଣ ଦଳେଇ, ଠିକାଦାର ସନ୍ତୋଷ କୁମାର ଜେନା ପ୍ରମୁଖ ଯୋଗଦେଇଥିବାବେଳେ ଗୌରାଙ୍ଗ ରଣା, ସଞ୍ଜୟ କୁମାର ଜେନା, ବିଭୁତି ଭୁଷଣ ଜେନା, ରବିନ୍ଦ୍ର କୁଅଁର, ବିଜୟ କୁମାର ବିଶ୍ୱାଳ, ଦିଲ୍ଲିପ କୁମାର ସା, ଜଗନ୍ନାଥ ମହଲା, ଶରତ କୁମାର ମହଲା, ପ୍ରଶାନ୍ତ କୁମାର ମହଲା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ