କେନାଲ ବନ୍ଧ ଖୋଳି ବ୍ୟକ୍ତିଗତ ଜମିରେ ମାଟି ପକାକୁ ନେଇ ଚାଷୀଙ୍କ ବିରୋଧ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମରଡପୁର ଗୁଆଳସିଂ ୫ନମ୍ବର(କ) ମାଇନର କେନାଲ ବନ୍ଧରୁ ମାଟି ତାଡି ଜନୈକ ବ୍ୟକ୍ତି ତାଙ୍କ ବ୍ୟକ୍ତିଗତ ଜମି ପୋତିବା ପ୍ରତିବାଦରେ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମରଡପୁର ଗୁଆଳସିଂ ୫ନମ୍ବର(କ) ମାଇନର କେନାଲର ଉଭୟ ପାଶ୍ୱର୍ ବନ୍ଧର ମାଟି ତାଡି ପ୍ରଦୀପ କୁମାର ସାହୁ ନାମକ ଜନୈକ ବ୍ୟକ୍ତି ରେଲୱେ ପୋଲ ନିକଟରେ ଥିବା ନିଜ ଜମିକୁ ପୋତୁଥିବା ନେଇ ଅଭିଯୋଗ ହୋଇଛି । ଏହି କାର୍ଯ୍ୟ ବିଳମ୍ବିତ ରାତିରେ କରାଯାଉଥିବା ସମ୍ପର୍କରେ ଖବର ପାଇ ଚାଷୀମାନେ ଘଟଣା ସ୍ଥଳରେ ପହଁଞ୍ଚିି କାମ ବନ୍ଦ କରାଇବା ସହ ଚାଷୀ ମୁଲିଆ ସଂଘକୁ ସୂଚନା ଦେଇଥିଲେ । ସଂଘ ପକ୍ଷରୁ ରଞ୍ଜନ ପଲାଇ, ପିତବାସ ସାହୁ, ଦୀନବନ୍ଧୁ ସାହୁ, ବଟକୃଷ୍ଣ ସେଠୀ ପ୍ରମୁଖ ପ୍ରତିନିଧି ମଣ୍ଡଳି ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ