କେନାଲ ରାସ୍ତାକୁ ପିଚୁ କରିବାକୁ ଦାବି କଲେ ବ୍ଲକ ଉପାଧ୍ୟକ୍ଷ

ହାଟଡିହିି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଚୋରଗଡିଆ ଠାରୁ ଶିବନାରାୟଣପୁର ପର୍ଯ୍ୟନ୍ତ କେନାଲ ରାସ୍ତାକୁ ପିଚୁ କରିବାକୁ ଦାବି ଜଣାଇଛନ୍ତି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ । ଏହି କେନାଲ ରାସ୍ତାଟି ଚୋରଗଡିଆ ଛକରୁ ଶିବନାରାୟଣପୁର ଦେଇ ମୁଗୁପୁର ପର୍ଯ୍ୟନ୍ତ ଯାଇଥିବାବେଳେ ଏହା ଉପରେ ଶିବନାରାୟଣପୁର ଓ ମୁଗୁପୁରର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । କିନ୍ତୁ ଦୀର୍ଘ ବର୍ଷ ହେଲା ଏହି ରାସ୍ତାଟି ପାଣି କାଦୁଅରେ ପରିପୁର୍ଣ୍ଣ ହୋଇଯାଉ ଥିବାରୁ ଲୋକମାନେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ବିଶେଷକରି ଶିବନାରାୟଣପୁର ଗ୍ରାମବାସୀମାନେ ଏହି ରାସ୍ତାଦେଇ ସେମାନଙ୍କ ଚାଷଜିକୁ ଯିବା ସହିତ ଟ୍ରାକ୍ଟର ଯୋଗେ ଧାନ ଅମଳ କରିଥାନ୍ତି । କିନ୍ତୁ ରାସ୍ତାଟି ଖାଲଖମାରେ ପରିପୁର୍ଣ୍ଣ େ,ହାଇ ରହିଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ବୈତରଣୀ ଡିଭିଜନ ଶାଳପଡାର ସୁପରିଟେଣ୍ଡ ଇଞ୍ଜିନିୟର ଲକ୍ଷ୍ମଣ ମାରାଣ୍ଡିଙ୍କୁ ସାକ୍ଷାତ କରି ଏହି ରାସ୍ତାକୁ ପିଚୁ ଓ କଂକ୍ରିଟ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ପାଇବାପରେ ଗ୍ରାମବାସୀଙ୍କ ସ୍ୱାର୍ଥକୁ ଆଖି ଆଗେରେ ରଖି ଅତିଶୀଘ୍ର ପଦକ୍ଷେପ ନେବାକୁ ସେ ପ୍ରତିଶୃତି ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ