ସୋସୋ ଆମ୍ବଗଡିଆ ରାସ୍ତାରେ ମଦ ଦୋକାନ ନଖୋଲିବାକୁ ଦାବି
ହାଟଡିହିି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ସୋସୋ ଠାରୁ ଆମ୍ବଗଡିଆ ରାସ୍ତାରେ ମଦ ଦୋକାନ ନଖୋଲିବାକୁ ସୋସୋ ପଞ୍ଚାୟତର ଲୋକମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି । ଗ୍ରାମର ପ୍ରତୁ୍ୟଷ ମହାନ୍ତି, ପ୍ରଶାନ୍ତ ଦାସ, ହରେକୃଷ୍ଣ ନାୟକ, ଇକବଲ ମହମଦ, ସରୋଜ କୁମାର ନାୟକ, ପ୍ରଣବ ମହାନ୍ତି, ତ୍ରୀଲୋଚନ ନାୟକ, ବସନ୍ତ ନାୟକ, ଭାଗିରଥି ବାରିକ, ବିଭୁଦତ୍ତ ଦାସ, କ୍ଷୀରୋଦ ବିନ୍ଧାଣି, ବାବନ ମହାନ୍ତିଙ୍କ ସମେତ ଶତାଧିକ ଲୋକ କରିଥିବା ଅଭିଯୋଗ ଅନୁଯାଇ ବିଦ୍ୟାଧରପୁର ଠାରେ ଥିବା ବିଦେଶୀ ମଦ ଦୋକାନଟି ବନ୍ଦ ହୋଇଯାଇଥିବାବେଳେ ଏହି ମଦବ୍ୟବସାୟୀ ଜଣକ ସୋସୋ ବସଷ୍ଟାଣ୍ଡ ଠାରୁ ଆମ୍ବଗଡିଆ ରାସ୍ତା ଭିତରେ ଥିବା ଏକ ଘରକୁ ଭଡାନେଇ ମଦ ଦୋକାନ କରିବାକୁ ଯୋଜନା କରୁଥିବା ଜାଣିବାପରେ ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି । ଏଠାରେ ମଦଦୋକାନ ହେଲେ ଏ ଅଞ୍ଚଳରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାସହ ଚାଷୀମାନଙ୍କ ପାଇଁ ନାନା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି ବୋଲି ଅଭିଯୋଗ କରି ଗ୍ରାମବାସୀମାନେ କେନ୍ଦୁଝର ଜିଲ୍ଲାପାଳ, ଜିଲ୍ଲା ଅବକାରୀ ଅଧିକ୍ଷକ, ଆନନ୍ଦପୁର ବିଧାୟକ, ଆନନ୍ଦପୁର ଉପଜିଲ୍ଲାପାଳ ଓ ହାଟଡିହି ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।


