କେନ୍ଦୁଝରରେ ଦିଗହରା ଜନଶିକ୍ଷା ସଂସ୍ଥାନ ପ୍ରକଳ୍ପ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ କେନ୍ଦ୍ର ସରକାରଙ୍କର ଏକ ଜନଶିକ୍ଷା ସଂସ୍ଥାନ ପ୍ରକଳ୍ପ ଚାଲୁଅଛି । ଦୀର୍ଘଦିନ ଧରି ଉକ୍ତ ପ୍ରକଳ୍ପ ଚାଲୁଥିଲେ ମଧ୍ୟ ଏହି ଜିଲ୍ଲାର ଯୁବକ ଯୁବତୀମାନେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷାରୁ ବଞ୍ôଚତ ହେଉଛନ୍ତି, ଯଥା – କମ୍ପ୍ୟୁଟର ଶିକ୍ଷା, ଟେଲରିଂ, ଛତୁଚାଷ, ଫିନାଇଲ ପ୍ରସ୍ତୁତି ଇତ୍ୟାଦି । ଏହାଦ୍ୱାରା ଆଦିବାସୀ ଅଞ୍ଚଳରେ ବହୁ ଯୁବକଯୁବତୀ ରୋଜଗାରକ୍ଷମ ହୋଇପାରୁନାହାଁନ୍ତି । ଫଳରେ ଗଭୀର ଅସନ୍ତୋଷ ବୃଦ୍ଧି ପାଇବା ସହିତ ସ୍ଥାନୀୟ ଗ୍ରାମବାସୀ ଏଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଦାୟୀ ବୋଲି ମତବ୍ୟକ୍ତ କରିଛନ୍ତି । ଉକ୍ତ ପ୍ରକଳ୍ପଟି ଠିକ୍ ଭାବରେ କାର୍ଯ୍ୟ କରୁ ନଥିବାରୁ ଏହା ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଇଛି ବୋଲି ସ୍ଥାନୀୟ ଜନସାଧାରଣ, ଗ୍ରାମବାସୀ ଅଭିଯୋଗ କରିଛନ୍ତି ।


