କେନ୍ଦୁଝର ସାଂସଦଙ୍କ ଛେନାପଦି ତାରିଣୀ ମନ୍ଦିର ପରିଦର୍ଶନ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ଚରଣ ନାୟକ ଆଜି ଛେନାପଦିଛକ ସ୍ଥିତ ମା ବିଶ୍ୱ ତାରିଣୀ ମନ୍ଦିର ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ରାମଚନ୍ଦ୍ର ସାହୁ, ନିରାକାର ଦଳେଇ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନୀ, ଶସିକାନ୍ତ ରାଉତ, ଟୁକୁନା ମହାନ୍ତ, ଅଧର ବେହେରା, ତୃପ୍ତିମୟୀ ଜେନା, ମିନତୀ ମହାପାତ୍ର, ଦୀପ୍ତି ଖୁଣ୍ଟିଆଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ମା ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ପରେ ଶନି ମନ୍ଦିର ଓ ବିଶେଶ୍ୱର ମହାଦେବ ମନ୍ଦିର ରେ ପୂଜାର୍ଚ୍ଚନା କରିବା ପରେ ମା ତାରିଣୀଙ୍କ ମନ୍ଦିରର ପାରିପାର୍ଶ୍ଵକ ଉନ୍ନୟନ ଲାଗି ପଞ୍ଚାନନ ବେହେରା, ଦେବେନ୍ଦ୍ର ଜେନା, କିଶୋର ଆଚାର୍ଯ୍ୟ, ଅମୀୟ ନାୟକ, ହିମାଂଶୁ ନାୟକ ପ୍ରମୁଖ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। କିପରି ଏହି ମନ୍ଦିରର ବିକାଶ ହୋଇପାରିବ ସେନେଇ ତୁରନ୍ତ ପଦକ୍ଷେପ ନେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ