କେନ୍ଦ୍ରାପଡାର ୫ଶହରୁ ଉର୍ଦ୍ଧ୍ୱ ଶିକ୍ଷକ ଅଦାଲତ ମୁହାଁ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ସରକାରୀ ହାଇସ୍କୁଲ ଏନ.ପି.ଏସ. ଶିକ୍ଷକ ସଙ୍ଘ,କେନ୍ଦ୍ରାପଡା ଜିଲ୍ଲା ଶାଖାର ଏକ ବୈଠକ ସ୍ଥାନୀୟ ଦୁହୁରିଆସ୍ଥିତ ଶିରିଡିସାଇ ମନ୍ଦିର ପରିସରରେ ସଙ୍ଘର ସଭାପତି ସୁବ୍ରତ ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ସଭାରେ ସମ୍ପାଦକ ମହେଶ୍ୱର ସାହୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଘୋଷଣା ହୋଇଥିବା ଠିକା ନିଯୁକ୍ତି ପ୍ରଥା ଉଛେଦ ନିର୍ଦ୍ଦେଶନାମାରେ ଥିବା ବିଭିନ୍ନ ଅସଙ୍ଗତିକୁ ନିନ୍ଦା କରିଥିଲେ । ପ୍ରଥମତଃ ୨୦୧୬ମସିହାରେ ଚୁକ୍ତି ଭିତ୍ତିକ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକ,ଶିକ୍ଷୟିତ୍ରୀମାନେ ୬ଟି ନ୍ୟାସନାଲ ଇନକ୍ରୀମେଣ୍ଟ ପାଉଥିବା ବେଳେ ସେମାନଙ୍କ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ କାହାକୁ ଗୋଟିଏ ତ କାହାକୁ ଦୁଇଟି ଦେବା ଫଳରେ ୨୦୧୦ରୁ ୨୦୧୬ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କର ଦରମା ସମାନ କରିବା ପାଇଁ ସରକାର ଚେଷ୍ଟା କରିଛନ୍ତି । ଫଳରେ ୨୦୧୦ରୁ ୨୦୧୪ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି । ଦ୍ୱିତୀୟତଃ ସରକାରଙ୍କ ରେଜୁଲେସନ ନମ୍ବର- ୨୬୪୮୩ ତା ୪.୧୧.୨୦୦୩ରିଖ ଓ ଚିଠି ନମ୍ବର- ୧୦୫୬୨ ତା ୨୧.୦୫.୨୦୦୫ରିଖ ଅନୁଯାଇ ନିଯୁକ୍ତି ପାଇ ଚିଠି ନମ୍ବର- ୧୪୫୪୬ ତା ୨୫.୦୭.୨୦୧୧ରିଖ ଅନୁସାରେ ନିୟମିତ ହେଉଥିବା ୨୦୦୪ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ପାତରଅନ୍ତର କରାଯାଇଛି । ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ଗୋଟିଏ ଦୁଇଟି ଇନକ୍ରୀମେଣ୍ଟ ଦେଉଥିବା ବେଳେ ୨୦୦୪ ରୁ ୨୦୦୯ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ବଞ୍ଚିତ କରାଯାଇଛି । ବୈଠକରେ ଗଣଶିକ୍ଷା ବିଭାଗର ଚିଠି ନମ୍ବର- ୮୪୭୪ ତା ୧୩.୦୪.୨୦୨୩ରିଖ ଓ ଚିଠି ନମ୍ବର- ୧୫୦୫୦ ତା ୨୨.୦୬.୨୦୨୩ରିଖର ନିର୍ଦ୍ଦେଶନାମାକୁ ସରକାର ପ୍ରତ୍ୟାହାର କରିନେଇ ୨୦୦୪ରୁ ୨୦୧୪ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ୬ଗୋଟି ଇନକ୍ରୀମେଣ୍ଟଦେବା ସହ ଚାକିରୀରେ ୬ବର୍ଷ ସଂଯୋଗ କରାଯିବା ପାଇଁ ଦାବି କରାଯାଇଛି । ଆଗାମୀ ଦିନରେ ସରକାର ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ଏହି ଦାବିକୁ ଯଦି ମାନି ନନିଅନ୍ତି ତେବେ କେନ୍ଦ୍ରାପଡା ଜିଲ୍ଲାର ୫ଶହରୁ ଉର୍ଦ୍ଧ୍ୱ ଶିକ୍ଷକ,ଶିକ୍ଷୟିତ୍ରୀ ଆଇନର ଆଶ୍ରୟ ନେବା ସହିତ ସରକାରଙ୍କ ସମସ୍ତ କାର୍ଯ୍ୟକୁ ଅସହଯୋଗ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆବଶ୍ୟକ ହେଲେ ଦାବି ପୁରଣ ପାଇଁ ସଙ୍ଘ ରାଜାରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସଙ୍ଘର କାର୍ଯ୍ୟକାରୀ ସଭାପତି ଗଜେନ୍ଦ୍ର ପ୍ରସାଦ ସେଠୀ, କୋଷାଧ୍ୟକ୍ଷ ନିର୍ମଳ କୁମାର ସ୍ୱାଇଁ, ଶିକ୍ଷକ ନେତା ହେମନ୍ତ ରାଉତ, ବନିତା ଭଦ୍ର, ଶିବ ପ୍ରସାଦ ସାହୁ, ଧିତିସୁନ୍ଦର ଆଚାର୍ଯ୍ୟ, ବିରେନ୍ଦ୍ର ଜେଠୀ, ରଞ୍ଜନ ଦାସ, ବିପ୍ଲବ ସାମଲ, ଆଶୁତୋଷ ମହାନ୍ତି, ପ୍ରଶାନ୍ତ ଦାସ, ସୁଧାଂଶୁ ରାଉତ, ଅମୂଲ୍ୟ ଦାସ, ସତ୍ୟାନନ୍ଦ ବେଜ ପ୍ରମୁଖ ଘୋଷଣା କରିଛନ୍ତି । ଶେଷରେ ଶିକ୍ଷକ ନେତା ଦେବେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ