କେନ୍ଦ୍ରାପଡା କଲେଜରେ ନୂତନ ଅଧ୍ୟକ୍ଷ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଶନିବାର ଅବସର ନେଇଥିବାରୁ ତାଙ୍କ ସ୍ଥାନରେ କଲେଜର ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ବେହେରା ଏହି କଲେଜର ଛାତ୍ର ଥିଲେ । କଲେଜ ଶିକ୍ଷା ଶେଷ ପରେ ୧୯୮୭ ମସିହାରେ ସେ ମାର୍ଶାଘାଇ କଲେଜରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ଓଳାଭର କଲେଜ, ଚାନ୍ଦୋଳ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ୨୦୧୧ ମସିହାରେ କେନ୍ଦ୍ରାପଡା କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ଏହାପରେ ସେ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରି ଆସୁଥିଲେ ।


