କେନ୍ଦ୍ରାପଡା ଟାଉନ ପୋଲିସ ଓ ଆରଟିଓଙ୍କ ମିଳିତ ଗାଡି ଯାଞ୍ଚ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଏବଂ କେନ୍ଦ୍ରାପଡା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ମିଳିତ ଗାଡିମଟର ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ସହରର ମୀରପାଟଣା ଲକରୋଡ ସମ୍ମୁଖରେ ରବିବାର ସନ୍ଧ୍ୟାରେ ଉଭୟ ପୋଲିସ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନେ ସେହି ରାସ୍ତା ଦେଇ ଯାଉଥିବା ଗାଡି ଚାଳକମାନେ ନିଶା ସେବନ କରି ଗାଡି ଚଳାଉଛନ୍ତି କି ନାହିଁ ଏବଂ ହେଲମେଟ ପିନ୍ଧିଛନ୍ତି କି ନାହିଁ ତା’ର ଯାଞ୍ଚ କରିଥିଲେ । ଏଥିସହିତ ଏହି ଉଭୟ ଆଇନକୁ ଉଲ୍ଲଙ୍ଘନ କରିଥିବା ଗାଡି ଚାଳକମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା । ଏଥିରେ ଟାଉନ ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟି, କେନ୍ଦ୍ରାପଡା ଆଞ୍ଚଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକ, ଏମ.ଭି.ଆଇ. ବିନୟ କୁମାର ମିଶ୍ରଙ୍କ ସମେତ ଅନ୍ୟନ୍ୟା ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ