କେନ୍ଦ୍ରାପଡା ଜୁନିଅର କଲେଜ +୨ ବିଜ୍ଞାନ ବିଭାଗର ଟପରଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜୁନିଅର କଲେଜର ଚଳିତ ବର୍ଷ +୨ ବାର୍ଷିକ ବିଜ୍ଞାନ ପରୀକ୍ଷାରେ ଛାତ୍ର ସ୍ୱରୂପରଞ୍ଜନ ପାତ୍ର ୫୪୪ ନମ୍ବର ରଖି କଲେଜ ତଥା ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଏଥିସହିତ କଲେଜର ଜଣେ ଦିବ୍ୟାଙ୍ଗ ଛାତ୍ର ବରଜ କୁମାର ଦାସ ୫୦୫ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଉଭୟଙ୍କୁ ମହାବିଦ୍ୟାଳୟ ପକ୍ଷରୁ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।