କେନ୍ଦ୍ରାପଡା ବ୍ଲକ ପରିଦର୍ଶନ ଓ କରୋନା ମୁକାବିଲାର ସମୀକ୍ଷା

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ଲକଡାଉନ ଜାରି ରହିଥିବା ବେଳେ ସୋମବାର ପୂର୍ବାହ୍ନରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା କେନ୍ଦ୍ରାପଡା ବ୍ଲକରେ ପହଁଚି ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଓ ବିଡିଓ ସୁଧିର କୁମାର ସିଂଙ୍କ ସହିତ କରୋନା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ ତାଲାବନ୍ଦ ସମୟରେ ଯେଉଁ ଗରୀବ ଲୋକମାନେ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ହୋଇଛନ୍ତି ସେମାନଙ୍କୁ କିଭଳି ରାସନକାର୍ଡ ମିଳିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଯେଉଁ ରାସନକାର୍ଡ ଧାରୀମାନଙ୍କୁ ୩ମାସର ଆଗୁଆ ଚାଉଳ,ଗହମ, ଏକହଜାର ଟଙ୍କାର ଆର୍ଥିକ ସହାୟତା, ଭତାହିତାଧିକାରୀଙ୍କୁ ଆଗୁଆ ୪ମାସର ଭତ୍ତା,ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କାର ଆର୍ଥିକ ସହାୟତା,ମାଗଣା ଚାଉଳ ଓ ଡାଲି ସମେତ ସମସ୍ତଙ୍କୁ କିରୋସିନି ପ୍ରଦାନ କରାଯିବା ସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ ଓ ବିଡିଓ ଶ୍ରୀ ସିଂଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, ଯୋଗାଣ ନୀରିକ୍ଷକ ରଶ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସରକାରଙ୍କ କୋଭିଡ -୧୯ ନିୟମ ଅନୁଯାଇ ସାମାଜିକ ଦ୍ୱରତ୍ୱ ରଖି ମହାତ୍ମାଗାନ୍ଧୀ ନରେଗା ଯୋଜନା,ପ୍ରଧାନମନ୍ତ୍ରୀ ।ାବାସ ଯୋଜନା,ବିଜୁ ପକ୍କାଘର ଯୋଜନା ସମେତ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ଗୁଡିକୁ କରାଯିବା ନିମନ୍ତେ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ