ମଣିଛକରେ ହରିହାଟ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତ ମଣିଛକରେ ସପ୍ତଦିନ ବ୍ୟାପି ଭାଗବତ ସପ୍ତାହ ଓ ହରିହାଟ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିଉତ୍ସବ ପୂର୍ଣ୍ଣିମା ଉପଲକ୍ଷେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପ୍ରତ୍ୟେକ ଦିନ ଭାଗବତ ପାରାୟଣ, ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସମାରୋହ ଆଦି ଅନୁଷ୍ଠିତ ହୋଇଥିଲା । ନାମଯଜ୍ଞ, ହୋମଯଜ୍ଞ ଓ ଅନ୍ନଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଶେଷ ଦିନ ହରିହାଟ କାର୍ଯ୍ୟକ୍ରମ ହୋଇଥିଲା । ମଧୁବନ ଆଶ୍ରମର ମଠାଧିସ ବୈକୁଣ୍ଠ ଦାସ ମହାରାଜ, ଟିକିରି ମଠ ମଠାଧିସ ହୃଷିକେଶ ଦାସ ମହାରାଜଙ୍କ ନେତୃତ୍ୱରେ ଏହି ହରିହାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସପ୍ତମ ଦିବସରେ ପ୍ରବଚନ, ଅନ୍ନଯଜ୍ଞ କରାଯାଇ ପୂର୍ଣ୍ଣାହୁତି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ହରିହାଟ କମିଟିର କର୍ମକର୍ତ୍ତାଙ୍କ ସହିତ ଦେପୁର, ନାଗପୁର, ସାରଙ୍ଗ, ଓସ୍ତପୁର ଏବଂ ଆଖପାଖ ଗ୍ରାମର ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।


