ଝିଅର ପରିବାରକୁ ଭେଟିଲେ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ଥାନା ଅନ୍ତର୍ଗତ ତେଂଟୋଇ ଗ୍ରାମରେ ଗତ ଗୁରୁବାର ଲୋକ ଲଜ୍ଜାକୁ ସହି ନପାରି ଆତ୍ମହତ୍ୟା କରିଥିବା ଦଳିତ ଝିଅର ପରିବାରକୁ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରିଷ୍ନା ମହାନ୍ତି,କାହ୍ନୁବାଳା ସେଠୀ,ଲକ୍ଷ୍ମୀପ୍ରିୟା ଷଡଙ୍ଗୀଙ୍କ ସହିତ ନାଉଗାଁ ବ୍ଲକ ଯୁବ ସଭାପତି ନିଗମାନନ୍ଦ ପରିଡା, ସୁନାକର ସେଠୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭିକାରୀ ସ୍ୱାଇଁ ପ୍ରମୁଖ ଭେଟି ସାନ୍ତ୍ୱନା ଦେବା ସହିତ ଉକ୍ତ ଘଟଣା ସଂପର୍କରେ ଆଲୋଚନା କରିଥିଲେ । ଏପରିକି ତାଙ୍କ ଝିଅର ଯେଉଁ କାରଣରୁ ଆତ୍ମହତ୍ୟା କରିଛି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ସେମାନେ ଦାବି କରିଥିଲେ । ଯଦି ତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ନ ମିଳେ ତେବେ ଆଗାମୀ ଦିନରେ ମହିଳା ମୋର୍ଚ୍ଚା ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ରାଜରାସ୍ତାକୁ ଓହ୍ଳାଇବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ । ଉକ୍ତ ଘଟଣା ସଂପର୍କରେ ଝିଅର ପରିବାର ପକ୍ଷରୁ ପୂର୍ବରୁ ଥାନାରେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ବି କାହିଁକି ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ଯାହା ପାଇଁ ପରବର୍ତୀ ସମୟରେ ଗୋଟିଏ ନିରିହ ଝିଅର ଜୀବନ ଚାଲିଗଲା ସେ ବିଷୟରେ କିଏ ଦାୟୀ ବୋଲି ସଭାନେତ୍ରୀ ଶ୍ରୀମତୀ ମହାନ୍ତି ପ୍ରଶ୍ନ କରିଥିଲେ । ଯଦି ସେହି ସମୟରେ ଦୋଷୀ ବିରୁଦ୍ଧରେ ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା ତାହେଲେ ଆଜି ଏ ପରିବାରକୁ ଝିଅର ମୃତ୍ୟୁ ଦେଖିବାକୁ ପଡି ନଥାନ୍ତା ବୋଲି କହିଥିଲେ । ପରେ ମହିଳା ମୋର୍ଚ୍ଚା ପକ୍ଷରୁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କରଙ୍କୁ ଭେଟି ଏହି ଘଟଣା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଦୋଷୀକୁ ଆଇନାନୁଯାୟୀ ଦଣ୍ଡ ମିଳିବ ବୋଲି ଥାନାଧିକାରୀ ଶ୍ରୀମତୀ କର ପ୍ରତିଶୃତି ଦେଇଥିବା ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରିଷ୍ନା ମହାନ୍ତି ପ୍ରକାଶ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ତେଂଟୋଇ ଗ୍ରାମର ଜଣେ ଦଳିତ ପରିବାରର ଝିଅକୁ ଦୀପକ ବେହୁରା ନାମକ ଜୈନିକ ଯୁବକ ବିଭିନ୍ନ ସମୟରେ ହଇରାଣ କରିବା ସହିତ ଘରେ ପରିବାରର କେହି ନଥିବା ସମୟରେ ଜୋରଜବରଦସ୍ତ ଏକ ଫଟୋ ଉଠାଇ ନେଇ ଷ୍ଟୁଡିଓରେ ଏଡିଟି କରି ଉକ୍ତ ଅଶ୍ଳିଳ ଫଟୋକୁ ଝିଅର ଘରର କାନ୍ଥରେ ଲଗାଇ ବିଭିନ୍ନ ସମୟରେ ହଇରାଣ କରୁଥିଲା । ଯାହାଫଳରେ ଝିଅଟି ଲୋକ ଲଜ୍ଜା ସହି ନପାରି ନିଜ ଘରେ ଓନି ଲଗାଇ ଆତ୍ମହତ୍ୟା କରିଥିଲା । ଏ ସଂପର୍କରେ ଝିଅର ମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ପକ୍ଷରୁ କେସ ନମ୍ବର ୧୬୫/୧୯ରେ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ ଦୀପକଙ୍କୁ ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ