କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ୫ ମୃତ
ମୁମ୍ବାଇ (ୱାଇଏନ୍ଏସ୍): ମହାରାଷ୍ଟ୍ରର ରତ୍ନଗିରିସ୍ଥିତ ଘରଦା କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ମୁମ୍ବାଇ ପଠାଇଦିଆଯାଇଛି। ଏହି ଅଗ୍ନିକାଣ୍ଡ ସକାଳ ୮.୩୦ ମିନିଟରେ ହୋଇଥିଲା। ଫ୍ୟାକ୍ଟ୍ରିିରେ ଥିବା ବଏଲରରେ କିଛି ଯାନ୍ତ୍ରିକ ତୃଟି କାରଣରୁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।


