ବାଲେଶ୍ୱର ଶ୍ରୀ ଅରବିନ୍ଦ ନିଉରେସ୍ ଟ୍ରଷ୍ଟ, ସେରଗଡ଼ର ବାର୍ଷିକ ଉତ୍ସବ
ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍): ରେମୁଣା ବ୍ଲକ୍ ସେରଗଡ଼ସ୍ଥିତ ଶ୍ରୀ ଅରବିନ୍ଦ ନିଉରେସ୍ ଟ୍ରଷ୍ଟ୍ ପକ୍ଷରୁ ଶ୍ରୀମା’ଙ୍କ ପାଦୁକା ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ଟ୍ରଷ୍ଟ୍ ପରିସରରେ ଅନୁଷ୍ଠିତ ହୋଇଛି । ପୂର୍ବାହ୍ନ ୬ଘଟିକା ସମୟରେ ଟ୍ରଷ୍ଟର ମୁଖ୍ୟ ଭାଗବତ ପ୍ରସାଦ ମହାନ୍ତି ଓ ସମସ୍ତ ସଭ୍ୟ ସଭ୍ୟା ମାତୃପାଦୁକା ନିକଟରେ ଧୂପ, ପୁଷ୍ପ ଅର୍ପଣ କରି ପ୍ରାର୍ଥନା କରିଥିଲେ । ୧୦ଘଟିକା ସମୟରେ ମାତୃବନ୍ଦନା ସଙ୍ଗେ ସଙ୍ଗେ ଏକ ଆଧ୍ୟାମିôକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପରେ ଏହି ଟ୍ରଷ୍ଟର ସଭାପତି ଭାଗବତ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥିଭାବେ ମାତୃଭବନ କଟକର ମୁଖ୍ୟ ପ୍ରସାଦ ତ୍ରିପାଠୀ ଓ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁରର ଭାଗିରଥି ମହାପାତ୍ର ଯୋଗ ଦେଇଥିଲେ । ଉକ୍ତ ଅଧିବେଶନରେ ନିଉରେସ୍ର ମେନେଜିଂଟ୍ରଷ୍ଟି ମହେଶ୍ୱର ରାଉତ ସଭା ପରିଚାଳନା କରିଥିଲେ । ଅତିଥିମାନେ ଶ୍ରୀ ଅରବିନ୍ଦ ଓ ଶ୍ରୀମା’ଙ୍କର ସାଧନା, ଯୋଗ ଓ ଦର୍ଶନ ବିଷୟରେ ଆବେଗପୂର୍ଣ୍ଣ ଭାଷଣ ଦେଇ ଉପସ୍ଥିତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟ୍ର ସଭ୍ୟସଭ୍ୟା ଧୀରେନ୍ଦ୍ର ନାରାୟଣ ଦାସ, ଶରତ ଚନ୍ଦ୍ର ଜେନା, ଅଜିତ୍ ବରାଳ, ପ୍ରଫୁଲ୍ଲ ସେଠୀ, ରତିକାନ୍ତ ବେହେରା, ଭାସ୍କର ପଢ଼ିଆରୀ, ଈଶ୍ୱର ମହାନ୍ତି, ରାଧାରାଣୀ ବେହେରା, ଚନ୍ଦ୍ରମଣି ପଢ଼ିଆରୀ, ନିରୁପମା ରାଉତ, ମାଳବିକା ବରାଳ, ଇନ୍ଦିରା ନାୟକ ସହଯୋଗ କରିଥିଲେ । ଶେଷରେ ରବିନ୍ଦ୍ର ସୁତାର ଧନ୍ୟବାଦ ଅର୍ପଣ କରିଥିଲେ ।


