କୋଟାରୁ ୪ଟି ବସ୍ ଯୋଗେ ଫେରୁଛନ୍ତି ଓଡ଼ିଆ ପିଲା

ଭୁବନେଶ୍ୱର: କରୋନା ଲକଡାଉନ ଯୋଗୁଁ ରାଜସ୍ଥାନ କୋଟାରେ ଫସିଯାଇଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ ଫେରୁଛନ୍ତି । ମୋଟ ୧୧୬ ଜଣ ଛାତ୍ରଛାତ୍ରୀ ବସ ଯୋଗେ କୋଟାରୁ ରାଉରକେରା ଫେରୁଥିବା ସୂଚନା ମିଳିଛି । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ବସ ଯୋଗେ ନିଜ ନିଜ ବ୍ୟବସ୍ଥାରେ ଫେରୁଛନ୍ତି । ଜଣ ପିଛା ପ୍ରାୟ ୪ ହଜାର ଟଙ୍କା ଲେଖାଏଁ ଦେଇ ଫେରୁଛନ୍ତି । ମୋଟ ୪ଟି ବସରେ ୧୧୬ ଜଣ ଛାତ୍ରଛାତ୍ରୀ ଫେରୁଛନ୍ତି । କୋଟା ଲ୍ୟାଣ୍ଡମାର୍କ ସିଟି ଓ ମହାବୀର ନଗରରୁ ବସ ଆସୁଛି । ବସଗୁଡ଼ିକ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଦେଇ ଓଡ଼ିଶା ଆସିବ । ରାଉରକେଲା ପହଞ୍ଚିବାକୁ ପ୍ରାୟ ୩୦ ଘଣ୍ଟା ଲାଗିବ ବୋଲି ସୂଚନା ମିଳିଛି । କୋଚିଂ ନେବାକୁ ଯାଇ ଲକଡାଉନରେ ସମ୍ପୃକ୍ତ ଓଡ଼ିଆ ପିଲାମାନେ ସେଠାରେ ଫସିଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ