କୋଟିଲିଙ୍ଗୀ ଗ୍ରାମବାସୀ ଙ୍କ ସାମ୍ବାଦିକ ସମ୍ମିଳନୀ ଉନ୍ନୟନ କାର୍ଯ୍ୟ ରେ କିଛିହେର ଫେର ହୋଇନାହିଁ ଏହାର ତଦନ୍ତ କରାଯାଉ

ଚିକିଟି, (କୁରେଶୁ ସାହୁ):ଚିକିଟି ବ୍ଲକ ଅନ୍ତର୍ଗତ କୋଟିଲିଙ୍ଗୀ ଗ୍ରାମପଞ୍ଚାୟତ ର କୋଟିଲିଙ୍ଗୀ ଗ୍ରାମବାସୀ ମାନେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଗାଁ ମଣ୍ଡପରେ କରିକହିଥିଲେ ଯେ, ଗ୍ରାମର ପୂର୍ବତନ ସରପଞ୍ଚ ଆର. ଯୁଧିଷ୍ଠିର ଓ ସାଥି ଗତ କିଛି ଦିନ ତଳେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା l ବରଂ ବ୍ୟକ୍ତି ଉନ୍ନୟନ କାର୍ଯ୍ୟ ରେ ବାଧା ସୃଷ୍ଟି କରିବା ସହ ମିଛ ଅପପ୍ରଚାର କରି ଗାଁକୁ ବଦନାମ କରୁଥିବା ନେଇ ବର୍ତମାନ ର ସରପଞ୍ଚ ଙ୍କ ସ୍ୱାମୀ ମନ୍ମଥ ରାଓ ଓ ଗ୍ରାମବାସୀ କହିଛନ୍ତି। ସେମନେ କହିଛନ୍ତି ପୂର୍ବତନ ସରପଞ୍ଚ ଆର. ଯୁଧିଷ୍ଠିର ଓ ତାଙ୍କ ସାଥି ମାନେ ବରଂ ଶାସନ କ୍ଷମତାରେ ଥିବା ବେଳେ ଗରିବଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘର କରାଇଦେବା ଭଳି ଅନେକ ଯୋଜନା ନାମରେ ଲୋକଙ୍କ ଠାରୁ ଟଙ୍କା ଆତ୍ମସାତ କରିବା ସହ ସେମାନେ କିଛି ବର୍ଷ ପୂର୍ବରୁ ବିଭିନ ଉନ୍ନୟନ କାର୍ଯ୍ୟରେ ଚଞ୍ଚକତା କରି ଟଙ୍କା ହେରଫେର କରିଥିଲେ ବୋଲି ସେମାନଙ୍କୁ ଗ୍ରାମବସି ବୈଠକ ବସାଇ ହିସାବ କିତାବ ମଗl ଯାଇଥିଲା l ଆଜି ସବୁ ଠିକ ଠାକ ଥିବା ବେଳେ ଅଞ୍ଚଳର ଉନ୍ନତି ଦେଖି ସହ୍ୟ କରିପାରୁ ନାହାନ୍ତି ଅଯଥାରେ ଅପପ୍ରଚାର, ସୂଚନା ଅଧିକାର ଜରିଆରେ ସୂଚନା ମାଗି ଅଯଥା ଅଶାନ୍ତି ସୃଷ୍ଟି କରୁଛନ୍ତି l ଆମେ ଯଦି କୌଣସି କାମରେ ସେ ଲୋକଙ୍କୁ ଅନିୟମିତତା କରିଛନ୍ତି ତାହେଲେ କିରାସିନି ,ଚାଉଳ ,ଭତ୍ତା ,ଇନ୍ଦିରା ଆବାସ ସରକାର ଙ୍କ ଯାହା ଯୋଜନା ଅଛି ସବୁ ର ତଦନ୍ତ ପରସର ଭୁକ୍ତ ହେଉ ଜଣା ପଡିବ।ଏମିତି କିଛି ଗଣ ମାଧ୍ୟମ ଦ୍ବାରା ଅପପ୍ରଚାର କରିବା ଭୁଲ ବୋଲି କହିଛନ୍ତି। ଏହି ସମ୍ମିଳନୀରେ ସରପଞ୍ଚ ଙ୍କ ସ୍ୱାମୀ ମନ୍ମଥ ରାଓ,ନିରଞ୍ଜନ ରେଡ୍ଡୀ,ଟି ଜଗା ରେଡ୍ଡୀ,ୱାର୍ଡ ମେମ୍ବର ବିଶ୍ୱନାଥ,ଏଲ ଅମଣ୍ଡା ରାଓ , ୱାର୍ଡ ମେମ୍ବର ରତ୍ନାକର ସାହୁ,ସୀମାଞ୍ଚଳ ରାଉଳ,ଜି ହରି,ଏନ କୃଷ୍ନା ମୂର୍ତ୍ତି ଓ ଏଲ ବଳରାମ ଗ୍ରାମର ଲୋକମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ