ପ୍ରଥମ ପର୍ଯ୍ୟାୟରେ ବେଲଗୁଣ୍ଠା ରେ ୮୨୭ ଘରେ ହେଲା ସ୍ୱାସ୍ଥ୍ୟ ଯାଞ୍ଚ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲା କରୋନା କବଳରେ କବଳିତ ।ସମଗ୍ର ଓଡ଼ିଶାରେ କରୋନା ଚିହ୍ନଟଙ୍କ ସଂଖ୍ୟା ରେ ଗଞ୍ଜାମର ସ୍ଥାନ ଶୀର୍ଷରେ ।ତେଣୁ ଗଞ୍ଜାମରେ ଜିଲ୍ଲାରେ ପୁର୍ବରୁ ସମସ୍ତ ଅଧିବାସୀ ଙ୍କ ଥର୍ମାଲ ସ୍କ୍ରିନିଂ ସରିଥିବାବେଳ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ କରୋନାକୁ ପ୍ରତିହତ କରିବା ପାଇଁ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ୯ ତାରିଖ ଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ କରି ପୁଣି ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ଏଥିପାଇଁ ଜିଲ୍ଲାରେ ସ୍ୱତନ୍ତ୍ର ୨୦୦ ଟିମ୍ ଗଠନ କରାଯାଇଛି ।ବେଲଗୁଣ୍ଠାରେ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ୪ଟି ଟିମ୍ ଗଠନ କରାଯାଇଛି ।ପ୍ରତି ଟିମରେ ଜଣେ ଜଣେ ଆୟୁଷ ଡାକ୍ତର,ଏ.ଏନ୍.ଏମ୍,ଅଙ୍ଗନବାଡି କର୍ମୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି ।ଟିମ୍ ତରଫରୁ ମାସ୍କ ପିନ୍ଧିବା,ସାମାଜିକ ଦୁରତ୍ୱ ରକ୍ଷା କରିବା,ସାବୁନ୍ ରେ ବାରମ୍ବାର ହାତ ଧୋଇବା, ଜ୍ୱର,ଥଣ୍ଡା, କାଶ ଥିଲେ ଯାଞ୍ଚକାରୀ ଟିମକୁ ନ ଲୁଚାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ସହ ସହରର ୮୨୭ ଘରଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା ।ଯାଞ୍ଚ ବେଳେ ଥର୍ମାଲ ସ୍କ୍ରିନିଂ ସହ ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଅକ୍ସିମିଟର ବ୍ୟବହାର କରାଯାଇ ପଲସ୍ ଯାଞ୍ଚ କରାଯାଇଥିଲା ।ଆଜି ଯାଞ୍ଚ ବେଳେ ପ୍ରାୟ ୧୫ ଜଣ ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ କରାଯାଇଥିବା ଜଣାପଡିଛି ।ସେମାନଙ୍କ ମଧ୍ୟରୁ ଗୋଟିଏ ୱାର୍ଡରେ ହିଁ ୯ ଜଣ ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ କରାଯାଇଛି ।ସେମାନଙ୍କ ତଥ୍ୟ ପ୍ରଶାସନ କୁ ଦେବା ପରେ ପ୍ରଶାସନ ସେମାନଙ୍କ ସ୍ୱାବ୍ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଲେ ସ୍ୱାବ୍ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।ଟିମରେ ଡାଃ ସରୋଜ କୁମାର ପ୍ରଧାନ,ଡାଃ ଜଗନ୍ନାଥ ପତି,ଡାଃ ଜ୍ଞାନ ରଞ୍ଜନ ମହାପାତ୍ର,ଡାଃ ସୃତିବିଜିତା ରଥଙ୍କ ସହ ସମସ୍ତ ୱାର୍ଡ ର ଅଙ୍ଗନବାଡି କର୍ମୀ ,ସ୍ଥାନୀୟ ଶିକ୍ଷକଶିକ୍ଷୟିତ୍ରି ଓ ଏ.ଏନ୍.ଏମ୍ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ