ସୋରଡା ରେ ଆଉ ୧୧ ପଜିଟିଭ , ସଂଖ୍ୟା ୬୪, ଏନ ଏ ସି ରେ ପୁଣି ୫ ଚିହ୍ନଟ
ସୋରଡା, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲା ସୋରଡା ରେ ଦିନ କୁ ଦିନ ବଢିଲାଣି କାରୋନା ସଂକ୍ରମଣ ଙ୍କ ସଂଖ୍ୟା । ସୋରଡା ବ୍ଲକ ସମେତ ଏନ ଏ ସି ରେ ଆଜି ୧୧ ଜଣ ପୁଣି ଚିହ୍ନଟ ହେଇଛନ୍ତି। ଗତ ତିନି ଦିନ ଭିତରେ ସଂଖ୍ୟା ରେ ଏତେ ପରିମାଣ ରେ ବଢିବା ଅଞ୍ଚଳ ବାସୀ ଙ୍କୁ ଚିନ୍ତା ରେ ପକାଇଲାଣି। ଜୀବନ ଜୀବିକା ପ୍ରାୟ ଠପ ହେଇଯାଇଛି। ଗୋଟିଏ ପଟେ କରୋନା ସଂକ୍ରମଣ କୁ ଦେଖି ଲକଡାଉନ ଘୋଷଣା କରାଯାଇଥିବା ବେଳେ ଅନେକ ସାହି ବେରିକେଟ ରେ ବନ୍ଦ କରାଯାଇଛି। ସୋରଡା ରେ ବର୍ତମାନ ଏହି ସଂଖ୍ୟା ପହଞ୍ଚିଛି ୬୪ ରେ। ଗତ ତିନି ଦିନ ଭିତରେ ହୁ ହୁ ବଢୁଛି ସଂକ୍ରମଣ ସଂଖ୍ୟା । ଜୁଲାଇ ୦୨ ସୁଧା ସଂଖ୍ୟା ୨୮ ଥିଲା । ତାପରେ ଜୁଲାଇ ୦୪ ରେ ୦୨ ଜଣ , ଜୁଲାଇ ୦୫ ରେ ୧୦ ଜଣ, ଜୁଲାଇ ୦୬ ରେ ୧୧ ଜଣ, ଜୁଲାଇ ୦୭ ରେ ୦୨ ଓ ଜୁଲାଇ ୦୮ ରେ ପୁଣି ୧୧ ଜଣ ଚିହ୍ନ ହେଇଛନ୍ତି । ଯେଉଁଥିରେ ପୁଣି ଜଣେ କରୋନା ଯୋଦ୍ଧା ରହିଛନ୍ତି। ଜୁଲାଇ ୦୬ ରେ ଚିହ୍ନଟ ହେଇଥିବା ସଂକ୍ରମଣ ମଧ୍ୟ ରେ ଜଣେ କରୋନା ଯୋଦ୍ଧା ଥିଲେ। ଏବର ୧୧ ଜଣ କୁ ମିଶାଇ ସୋରଡା ରେ ସଂଖ୍ୟା ପହଞ୍ଚିଛି ୬୪ ରେ। ସୋରଡା ଏନ ଏ ସି ରେ ପୁଣି ୫ ଜଣ ଚିହ୍ନଟ ହେଇଛନ୍ତି। ଏମାନକ ମଧ୍ୟ ରେ ଆଡପମଣ୍ଡପ ର ୦୧ ଜଣ ଯିଏ କି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ୦୧ ଜଣ ସୋରଡା ଏକ୍ସିସ ବେଙ୍କ ନିକଟ ରେ ରହନ୍ତି ଯିଏ କି ଜଣେ ପୋଷ୍ଟ ଅଫିସ କର୍ମଚାରୀ ସୋରଡା ବ୍ଲକ ଅନ୍ତର୍ଗତ ଅଶୂରବନ୍ଧ ରେ କାର୍ଯ୍ୟରତ ଅଛନ୍ତି। ଅନ୍ୟ ୦୩ ଜଣ ଙ୍କ ମଧ୍ୟ ରେ ସୋରଡା ବାଙ୍କ ବଜାର ର ୦୧ ଜଣ ଲୁଗା ଦୋକାନୀ ଥିବା ବେଳେ ଆଉ ୦୨ ଜଣ ସୋରଡା ପାଇକ ସାହି ର ଅଟନ୍ତି। ଏଅପରିସ୍ଥଳ ରେ ସୋରଡା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ପହଞ୍ଚିଛି ୧୬ ରେ। ସହର ର ୧୬ ଜଣ ସଂକ୍ରମିତ ଙ୍କ ମଧ୍ୟ ଋ ଦୁଇ ଜଣ ସୁସ୍ଥ ହେଇଫେରିଥିବା ବେଳେ ୦୧ ଜଣ ଙ୍କ ର ମୃତ୍ୟୁ ହେଇଛି। ଉପରକ୍ତ ସମସ୍ତ ସୂଚନା ଜିଲ୍ଲାପାଳ ଙ୍କ ଟ୍ବିଟର ମାଧ୍ୟମରେ ସ୍ପଷ୍ଟ ହେଇଥିବା ବେଳେ ପ୍ରକୃତ କରୋନା ସଂକ୍ରମିତ ଙ୍କ ଅଞ୍ଚଳ ର ତଥ୍ୟ ପ୍ରକାଶିତ ହେଉନି। ସୋରଡା ବ୍ଲକ ରେ କାରୋନା ସଂକ୍ରମଣ ଙ୍କ ସଂଖ୍ୟା ବିଷୟରେ ସବିଶେଷ ତଥ୍ୟ ଏ ଯାଏଁ ସୋରଡା ବ୍ଲକ ପ୍ରଶାସନ ତରଫରୁ କୁହାଯାଉନାହି। ତେଣୁ ସବିଶେଷ ତଥ୍ୟ ଏ ଯାଏଁ ଲୋକଙ୍କ ପାଖରେ ପହଞ୍ଚାଇବା ସମ୍ଭବ ହେଇନି। ପ୍ରକୃତ ସଂକ୍ରମିତ ଅଞ୍ଚଳର ସବିଶେଷ ତଥ୍ୟ ଲୋକ ଙ୍କ ପାଖରେ ପହଞ୍ଚିଲେ ଲୋକେ ଅଧିକ ସଚେତନ ହେଇପାରିବେ। ସବୁଠାରୁ ଗୁରୁତ୍ଵ ହେଲା ବର୍ତମାନ କେବଳ ସଂକ୍ରମିତ ଙ୍କ ସଂଖ୍ୟା ଜିଲ୍ଲାପାଳ ଙ୍କ ଟ୍ବିଟର ରୁ ଜଣାପଡୁଥିବା ବେଳେ ସୋରଡା ବ୍ଲକ ଓ ଏନ ଏ ସି ରେ କାରୋନା ରୁ ସୁସ୍ଥ ହେଉଥିବା ସଂକ୍ରମିତ ଙ୍କ ସଂଖ୍ୟା ସୋରଡା ବ୍ଲକ ପ୍ରଶାସନ ତରଫରୁ ପ୍ରକାଶିତ କରାଯାଉନହି। ଫଳରେ ଅଞ୍ଚଳରେ ଏକ ପ୍ରକାର କରୋନା କୁ ନେଇ ଲୋକେ ହାଉଜାଉ ହେଉଛନ୍ତି। ସୁସ୍ଥ ଙ୍କ ସଂଖ୍ୟା ଅଞ୍ଚଳବାସୀ ଙ୍କୁ ଆଶ୍ଵସ୍ତ ଦେଇପାରେ। ପ୍ରକୃତ ତଥ୍ୟ ବ୍ଲକ ପ୍ରଶାସନ ପ୍ରକାଶିତ କଲେ ଲୋକେ ସଚେତନ ହେଇପାରିବେ।


