କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟାରେ ପ୍ରହଲ୍ଲାଦ ନାଟକ

କୋଣାର୍କ ,,(ଯୁଗାବ୍ଦ ନ୍ୟୁଜ) : ନୃତ୍ୟଶିଳ୍ପୀ ଯେତେବେଳେ ନୃତ୍ୟସହ ଏକାତ୍ମ ହୋଇଯାନ୍ତି ଏକ ନୈସର୍ଗିକ ବାତାବରଣ ସୃଷ୍ଟି ହୁଏ ଓ ସେତେବେଳେ  ନୃତ୍ୟ ଇଶ୍ୱର ପ୍ରାପ୍ତିର ମାର୍ଗକୁ ସହଜ କରିଦିଏ । ଏହିପରି ଏକ ଆବେଗମୟ ଅନୁଭବରେ ସିକ୍ତ ହୋଇଥିଲା ଦର୍ଶକଙ୍କ ହୃଦୟ । ଅବସର ଥିଲା କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟା । ବିଶ୍ୱ ଐତିହ୍ୟସ୍ମାରକୀ ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ଆୟୋଜିତ ଶାସ୍ତ୍ରୀୟ ନୃତ୍ୟ ମହାକୁମ୍ଭରେ କୁଚିପୁଡି ଓ ଓଡିଶୀ ରେ ଦେଶଭକ୍ତି ଓ ପୁରାଣର ପ୍ରସଙ୍ଗ ନିଖୁଣ ଭାବେ ଉପସ୍ଥାପିତ ହୋଇଥିଲା । ସଂଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା କୁଚୁପୁଡି ଶାସ୍ତ୍ରୀୟ ନୃତ୍ୟରେ ଭାରତ-ଭାରତୀ । ଆକୁମାରୀ ହିମାଚଳ ଭାରତ ଜନନୀଙ୍କ ଭୂଖଣ୍ଡରେ ଭାରତୀଙ୍କ ଅବସ୍ଥିତି, ଆର୍ଯ୍ୟାବର୍ତ ଭାରତ ଭୂମିକୁ ଏକ ପବିତ୍ର ତୀର୍ଥଭୂମିର ପରିଚୟ ଦେଇଛି । ସତ୍ୟ-ଶାନ୍ତି ଓ ଅହିଂସାର ଆଦିଭୂମି-ଭାରତ ତାର କଳାସ୍ଥାପତ୍ୟ-ଭାସ୍କର୍ଯ୍ୟ-ସଂଗୀତ ନୃତରେ ସଂପ୍ରୀତି ଓ ସଦ୍‌ ଭାବନାର ମନ୍ତ୍ର ଶୁଣାଇଛି ବିଶ୍ୱ ସମୁଦାୟକୁ ସୁପ୍ରସିଦ୍ଧ କୁଚିପୁଡି ନୃତ୍ୟଗୁରୁ – ଦମ୍ପତି ରାଜା ଓ ରାଧା ରେଡ୍ଡୀଙ୍କ ସଂଯୋଜନାରେ ପ୍ରସ୍ତୁତି ଭାରତ-ଭାରତୀ ରେ ଏକ ନୂତନ ଭାରତକୁ ପ୍ରତ୍ୟକ୍ଷ କରିଥିଲେ । ଦର୍ଶକ ଯାହା କଳା-ସଂସ୍କୃତିର ପୃଷ୍ଠଭୂମି ଉପରେ ଦଣ୍ଡାୟମାନ ଥିଲା । ସଂଧ୍ୟାର ଦ୍ୱିତୀୟ ପ୍ରସ୍ତୁତି ଥିଲା ଗଂଜାମ ଜିଲ୍ଲାର ଜଳନ୍ତର ରାଜ୍ୟରେ ଜନ୍ମ ନେଇଥିବା ପ୍ରହଲ୍ଲାଦ ନାଟକ ଶାସ୍ତ୍ରୀୟ ରୁପାନ୍ତର ପୁରାଣ ଆଧାରିତ ଶ୍ରୀବିଷ୍ଣୁଙ୍କ ନୃସିଂହ ଅବତାରକୁ ନେଇ ଉପସ୍ଥାପିତ ପ୍ରହଲ୍ଲାଦ ନାଟକର ଭାଷା, ବେଶଭୂଷା, ସଂଗୀତ, ଅଭିନୟ ଏକ ଶାସ୍ତ୍ରୀୟ ଲୀଳା ନାଟକ ଭାବେ ପରିବେଷିତ ହୋଇ ଦର୍ଶକଙ୍କୁ ବିହ୍ୱଳିତ କରିଥିଲା । ଡ.ଶାନ୍ତୁନ କୁମାର ରଥଙ୍କ କଳାତ୍ମକ ସଂରଚାନ ଓ ଗୁରୁ ରାମହରି ଦାସଙ୍କ ସଂଗୀତ ସଂଯୋଜନାକୁ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ତ୍ରିଧାରା ଅନୁଷ୍ଠାନର ଶିଳ୍ପୀଗଣ ମଂଚରେ ପରଶି ଦେଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବଙ୍କ ମଂଚ ସଯୋଜନାକୁ ନେଇ ଚତୁର୍ଥ ସଂଧ୍ୟାର ଶୁଭାରମ୍ଭ ହୋଇଥିଲା । ପାରଂପରିକ ଦୀପ ପ୍ରଜ୍ୱଳନରେ । ସଂଧ୍ୟାର ଅତିଥି ଥିଲେ ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ନ୍ୟାୟଧୀଶ ନ୍ୟାୟମୁର୍ତି କଲ୍‌ପେଶ ସତେନ୍ଦ୍ର ଝାବେରୀ, ପୂର୍ବତଟ
ରେଳପଥର ମହାପ୍ରବନ୍ଧକ, ବିଦ୍ୟାଭୂଷଣ, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ । ଡ. ସଂଗୀତା ଗୋସାଇଁ ଓ ବିଜୟ କୁମାର ଜେନା ଙ୍କ ସହ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉତ୍ପଳ ପତି, ରତିକାନ୍ତ ପଟ୍ଟନାୟକ, ବିଜୟ କୁମାର ଜେନା, ସରୋଜକାନ୍ତ ପ୍ରଧାନ ପ୍ରଭୁତି ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ