କୋଣାର୍କ ଯାତ୍ରୀନିବାସ ଘରୋଇକରଣ ବନ୍ଦ ନେଇ ସର୍ବଦଳୀୟ ବୈଠକ, ଆସନ୍ତା କାଲି ଧାରଣା

କୋଣାର୍କ, (ଗଣେଶ ବେହେରା): ବିଶ୍ବ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଯାତ୍ରୀ ନିବାସକୁ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଘରୋଇକରଣ କରିବା ପାଇଁ ଚାଲିଥିବା ଷଡଯନ୍ତ୍ରକୁ ପ୍ରତିହତ ପାଇଁ ଆଜି କୋଣାର୍କ ସ୍ଥିତ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ କୋଣାର୍କ ଅଂଚଳର ବୁଦ୍ଧିଜୀବୀ, ସମସ୍ତ ରାଜନୈତିକ ଦଳର ପ୍ରତିନିଧି, ଗଣମାଧ୍ୟମ ଓ ସାମାଜିକ ସଂଗଠନ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରେଡିଓ ନମସ୍କାରର ଅଧ୍ୟକ୍ଷ ତଥା ମାନବାଧିକାର କର୍ମୀ ଏନଏ ଶାହା ଅନସାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରାଜକିଶୋର ମହାପାତ୍ର, ପୁରୀଜିଲ୍ଲା ପେଷାଦାର ସାମ୍ବାଦିକସଂଘ ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସାମାଜିକ ଅନୁଷ୍ଠାନ ସୋଲାରର ସମ୍ପାଦକ ହରିଶ ଚନ୍ଦ୍ର ଦାଶ, ବରିଷ୍ଠ ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି, ଓଡିଶା ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆ କମିଟି ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, ସତ୍ୟ ଖବର ସମ୍ପାଦକ ଅକ୍ଷୟ କୁମାର ନାୟକ, ବରିଷ୍ଠ ସିପିଆଇନେତା ମନୋରଞ୍ଜନ ପରିଡା, ପୂର୍ବତନ କାଉନସିଲର ତଥା ବିଜେପି ନେତା ରଣଜିତ ରାଉତରାୟ, କୋଣାର୍କ ବିଜେଡି ପୂର୍ବତନ କାଉନସିଲର ପଦ୍ମ ଚରଣ ବେଉରା, ସିମିଳି ସମିତି ସଭ୍ୟ ବିଶ୍ବଜିତ ସ୍ବାଇଁ ପ୍ରମୁଖ ଯୋଗଦେଇ କୋଣାର୍କ ଅଂଚଳର ସ୍ବାଭିମାନର ପ୍ରତୀକ କୋଣାର୍କ ଯାତ୍ରୀନିବାସ କୁ ଘରୋଇକରଣ ପାଇଁ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଚାଲିଥିବା ଷଡଯନ୍ତ୍ର ନୀତି କୁ ଦୃଢ ଭାବରେ ସର୍ବଦଳୀୟ ପ୍ରତିନିଧି, ସାମାଜିକ ସଂଗଠନ ଓ ଗଣମାଧ୍ୟମ ପ୍ରତିନିଧି ମାନେ ବିରୋଧ କରିଥିଲେ। କୌଣସି ପରିସ୍ଥିତିରେ କୋଣାର୍କ ଯାତ୍ରୀନିବାସ କୁ ଘରୋଇ ମାଲିକାନା ହାତରେ ପର୍ଯ୍ୟଟନ ଉନ୍ନୟନ ନିଗମ କରୁଥିବା ମସୁଧା ଫଳପ୍ରଦ ହୋଇପାରିବ ନାହିଁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଆଗ ମାଟି ପରେ ପାର୍ଟି ଏହି ନାରାରେ ସମ୍ମିଳିତ ହୋଇ ଘରୋଇକରଣ କୁ ବିରୋଧ ପାଇଁ ଆଜିକାର ବୈଠକରେ ସମୂହ ଶପଥ ନେଇଥିଲେ। ଆସନ୍ତା କାଲି କୋଣାର୍କ ଯାତ୍ରୀନିବାସ ସମ୍ମୁଖରେ କୋଣାର୍କ ଅଂଚଳର ସମସ୍ତ ରାଜନୈତିକ ଦଳର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ସାମାଜିକ ସଂଗଠନ ପକ୍ଷରୁ ଘରୋଇକରଣ କୁ ବିରୋଧ କରି ଟେଣ୍ଡର ପ୍ରକ୍ରିୟାରୁ ରାଜ୍ୟ ସରକାରଙ୍କ ପର‌୍ୟ୍ୟଟନ ଉନ୍ନୟନ ନିଗମ ନ ଓହରିବା ପର୍ଯ୍ୟନ୍ତ ଧାରଣ ଆସନ୍ତା କାଲି ସକାଳ ୮ଟା ସମୟରେ ଧାରଣ ଅବ୍ୟାହତ ରହିବ ବୋଲି ଆବାହକ ରେଡିଓ ନମସ୍କାର ଅଧ୍ୟକ୍ଷ ଏନଏ ଶାହା ଅନସାରୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ