କୋଭିଡ ନିୟମ ନମାନି ଚାଲିଛି ହିଲଟପ ସ୍ନାତକ ମହାବିଦ୍ୟାଳୟ

ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ସାରା ରାଜ୍ୟରେ କରୋନା ପୁଣି ତାର ଭୟାନକ ତାଣ୍ଡବ ରଚିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାର ବିଭିନ୍ନ ପ୍ରକାର କଟକଣା ଜରି କରିଛନ୍ତି । ଯେପରିକି ଓଡିଶାରେ ଲୋକେ କରୋନାକୁ ଭୟଭୀତ ହୋଇ କୌଣସି ସ୍ଥାନରେ ଏକତ୍ରିତ ନହୋଇ ସାନିଟାଇଜର ଓ ମାସ୍କ ବ୍ୟବହାର କରିବା ପାଇଁ ବାଧ୍ୟତା ମୂଳକ ଜାରି କରିଛନ୍ତି । ଏପରିକି ବିଦ୍ୟାଳୟ ଗୁଡିକରେ ସାନିଟାଇଜର ମାସ୍କ ଓ ସାମାଜିକ ଦୂରତା ଏବଂ ଡିଜିଟାଲ ଥର୍ମାସ୍ ବ୍ୟବହାର କରିବା ପାଇଁ କୋଭିଡ ଗାଇଡ ଲାଇନ ଜାରି କରାଯାଇଛି । କିନ୍ତୁ ଏହି ନିୟମକୁ ନମାନି ବେଖାତ୍ରିତ ଭାବେ ଚଳାଇଛନ୍ତି ହିଲଟପ ସ୍ନାତକ ମହାବିଦ୍ୟାଳୟ । ଯାହାକି ସରକାରଙ୍କ ନିୟମ ଅନୁଯାୟୀ ୧୦ ଟାରେ ମହାବିଦ୍ୟାଳୟ ଖୋଲାଯିବା ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ଲାଗି ନିୟମାବଳୀ ଜାରି ରହିଛି । ଏହି ନିୟମକୁ ମାନୁ ନାହାନ୍ତି ମହାବିଦ୍ୟାଳୟର କର୍ମଚାରୀମାନେ । ଛାତ୍ରଛାତ୍ରୀମାନେ ୧୦ ଟା ରୁ ଆସି କଲେଜ ପରିସରରେ ରହିଥିଲେ ମଧ୍ୟ ୧୦ ଟା ୩୦ ସମୟ ଯାଏଁ ପିଲାଙ୍କୁ କୌଣସି ପ୍ରକାର ସାନିଟାଇଜର, ମାସ୍କ ଓ ଡିଜିଟାଲ ଥର୍ମାସ ବ୍ୟବହାର ନକରାଇ ସିଧାସଳଖ ମହାବିଦ୍ୟାଳୟ କୋଠା ଭିତରକୁ ପ୍ରବେଶ କରାଇ ଦିଆଯାଉଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଭ୍ରକାନ୍ତ ମହାନ୍ତି ମହାବିଦ୍ୟାଳୟକୁ ୧୦ଟା ୩୦ ରେ ଆସି ନିଜ ଅଫିସ ରୁମ ଖୋଲୁଛନ୍ତି । ଏପରିକି ଅନ୍ୟ କର୍ମଚାରୀମାନେ ମଧ୍ୟ ସରକାରୀ ନିୟମ ଅନୁଯାୟୀ ସମୟରେ ଆସୁ ନାହାନ୍ତି ନିଜ ମନମୁତାବକ ଭାବେ ମହାବିଦ୍ୟାଳୟକୁ ଆସୁଛନ୍ତି ଯାଉଛନ୍ତି । ବିନା ମାସ୍କ ପରିଧାନରେ ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ ଛିଡା ରହି ପାଠପଢା ଯାଉଛି । ମହାବିଦ୍ୟାଳୟରେ ପାଠ ପଢା ଚାଲିଥିବା ସମୟରେ ଅଧା କ୍ଲାସରେ ଅନ୍ୟ ଅଧ୍ୟାପକ/ଅଧ୍ୟାପିକାମାନେ ଚାଲି ଯାଆନ୍ତି । ପାଠପଢାଇବା ସମୟରେ ସାମାଜିକ ଦୂରତା ନରଖି ପିଲାଙ୍କୁ ପାଠପଢା ଯାଉଛି । ଏପରିକି କେନ୍ଦ୍ରୀୟ ବ୍ୟାଙ୍କ ସାହାର୍ଯ୍ୟରେ ପିଲାଙ୍କୁ ପାଠପଢାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ୩୦ ର ଉର୍ଦ୍ଧ୍ୱ କମ୍ପ୍ୟୁଟର କିଣା ଯାଇଛି କିନ୍ତୁ ଛାତ୍ରଛାତ୍ରୀଙ୍କୁ ପାଠ ନପଢାଇ ଉକ୍ତ କମ୍ପ୍ୟୁଟର ଗୁଡିକ ଏକ କଠୋରୀରେ ବନ୍ଦ କରି ରଖି ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ପଚାରିଲେ ସେମାନେ କହୁଛନ୍ତି କମ୍ପ୍ୟୁଟର ଥିବା ଜାଣିଛୁ କିନ୍ତୁ କେବେ ବ୍ୟବହାର କରିବାକୁ ଦେଇ ନାହାନ୍ତି ଅଧ୍ୟାପକ । କୋଟି କୋଟି ଟଙ୍କା କେନ୍ଦ୍ର ବ୍ୟାଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ଦେଉଥିବ ବେଳେ ମୋହନା ହିଲଟପ ସ୍ନାତକ ମହାବିଦ୍ୟାଳୟରେ ଖତ ଖାଉଛି କମ୍ପ୍ୟୁଟର ଓ ଟଙ୍କା ଲୁଟ ହେଉଥିବା ନେଇ ଅଭିଭାବକ ମହଲରେ ଚର୍ଚ୍ଚା ଜୋର ଧରିଛି । ସାଧାରଣ ଲୋକଙ୍କୁ କୋଭିଡ କଟକଣା ନିୟମ ଉଲଂଘନ କରିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି କିନ୍ତୁ ଏଭଳି ମହାବିଦ୍ୟାଳୟ ଗୁଡିକରେ କୋଭିଡ ନିୟମକୁ ଉଲଂଘନ କରି ଚଲାଇଥିବା ମହାବିଦ୍ୟାଳୟ ଗୁଡିକୁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ମାସ ପୁରୁ ପୁରୁ ମାସିକ ବେତନ ଦେଇଦିଅନ୍ତି । ତେବେ ରାଜ୍ୟ ସରକାର ଏବଂ ଶିକ୍ଷା ବିଭାଗ ଏଥିପ୍ରତି ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣତରେ ଦାବି ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଛନ୍ତି ମୁ ୧୦ଟା ୩୦ରେ ମହାବିଦ୍ୟାଳୟରେ ପ୍ରବେଶ କରିଥିଲି ତେଣୁ ଅଫିସ ରୁମ କେତେବେଳେ ଖୋଲିଥିଲା ଜାଣିନାହିଁ । ପାଣି ଏବଂ ସାବୁନ ରଖିଥିବା ନେଇ କହିଛନ୍ତି କିନ୍ତୁ ମହାବିଦ୍ୟାଳୟ ପରିସରରେ ସାବୁନ, ପାଣି ଓ ସାନିଟାଇଜର ନଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ