କ୍ରୀଡ଼ା ସଂଘ ଜିଲାସ୍ତରୀୟ ଫୁଟବଲ ଟୁର୍ଣ୍ଣମେଣ୍ଟ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ପକ୍ଷରୁ ଜିଲାସ୍ତରୀୟ ଫୁଟବଲ ଟୁର୍ଣ୍ଣମେଣ୍ଟ ବୁଧବାର ଉଦଘାଟିତ ହୋଇଯାଇଛି । କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚର ଖେଳାଳିଙ୍କ ସହ କରମର୍ଦ୍ଦନ ପୂର୍ବକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଉପ-ସଭାପତି ବୀରେନ୍ଦ୍ର କୁମାର ସ୍ୱାଇଁ, ପୂର୍ବତନ ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ବେହେରା, ପ୍ରଦୀପ କୁମାର ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଉଦଘାଟନୀ ଲିଗ ମ୍ୟାଚ ଏଫଏଫଏଫଟି ଦଳ ଓ ଜେଏମଏସ ଦଳ ମଧ୍ୟରେ ଅନୁଷ୍ଠିିତ ହୋଇଥିଲା । ଖେଳ ଶେଷ ସୁଦ୍ଧା ଏଫଏଫଏଫଟି ଦଳ ୫-୧ ଗୋଲରେ ଜେଏମଏସକୁ ହରାଇ ବିଜୟ ଲାଭ କରିଥିଲା । ଦ୍ୱିତୀୟ ମ୍ୟାଚଟି ବସ୍ତା ସ୍ପେର୍ଟସ ଏକାଡେମୀ ଓ ଚାନ୍ଦିପୁର ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ମ୍ୟାଚକୁ ସଲୀଲ କୁମାର ସିଂ, ତୁଫାନ ସିଂ, ସର୍ଫରାଜ ଫିରୋଦୋସ ଓ କାର୍ତ୍ତିକ ଚନ୍ଦ୍ର ନାୟକ ପରିଚାଳନା କରିଥିଲେ । ସମ୍ପୂର୍ଣ୍ଣ ମ୍ୟାଚକୁ ଚିତରଂଜନ ପାଶା, ସାଦିକ ଅଲି ଖାଁ, ନିମାଇ ରାଉତରାୟ, ଅଜିତ ପାତ୍ର, ସୁଜୟ ଆଚାର୍ଯ୍ୟଙ୍କ ସମେତ କ୍ରୀଡ଼ା ସଂଘର କର୍ମକର୍ତ୍ତା ଓ ସଭ୍ୟମାନେ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ