କ୍ଷେତ୍ର ପରିଦର୍ଶନ କରିଲେ କେନ୍ଦ୍ରୀୟ ଟିମ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଖାଦ୍ୟ ନିରାପତ୍ତା ମିଶନ ର ଏକ ତିନି ଜଣିଆ ଟିମ ଆଜି ଗଞ୍ଜାମ ଜ଼ିଲ୍ଲା ସାନଖେମୁଣ୍ଡି ବ୍ଲକ ର କ୍ଷେତ୍ର ପରିଦର୍ଶନ କରିଛନ୍ତି। ମକା, ମାଣ୍ଡିଆ, ଧାନ, ଚାଷ ପରିଦର୍ଶନ କରି ଚାଷୀ ଙ୍କ ସହ ଆଲୋଚନା କରିଛନ୍ତି ।ଚାଷୀ ଙ୍କ ସହ ଆଲୋଚନା କରିବା ପରେ ଯେଉଁ ସବୁ ସମସ୍ୟା ରହିଛି ସରକାର ଙ୍କୁ ରିପୋର୍ଟ ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଛିl ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ସହାୟତା ରେ ଚାଷୀ ମାନଙ୍କୁ ଧାନ, କପା, ମାଣ୍ଡିଆ ଓ ବିଭିନ୍ନ ଚାଷ କରିବା ପାଇଁ ପ୍ରୋଛାହନ ଦିଆଯାଉଛି, ତାହା ଚାଷୀ ଙ୍କ ନିକଟରେ ପହଞ୍ଚିଛି କି ନାହିଁ, ଚାଷୀ କେଉଁ ସମସ୍ୟା ରହିଛି ବୁଲି ଦେଖିଥିଲେ ଟିମ l ଜାନକା ପଲ୍ଲୀ ରେ ମକା ଚାଷୀ ଙ୍କ ସହ ଆଲୋଚନା କରିଥିଲେ ବୈଜ୍ଞାନିକ ଓ କୃଷି ବିଭାଗ ଅଧିକାରୀ ମାନେ l ଏହି ବର୍ଷ ମକା ଭଲ ହୋଇନାହିଁ, ଯାହାଙ୍କ ଠାରୁ ବିହନ ଆଣିଲୁ ମକା ବଡ଼ ହେବ ବୋଲି କହିଥିଲେ କିନ୍ତୁ ମକା ଛୋଟ ହୋଇଯାଇଛି, ଦାନା ଭଲ ନ ବାହାରିଲେ ଲାଭ ହେବ ନାହିଁ ବୋଲି କହିଥିଲେ ଚାଷୀ, ଝରଣ ଗାଁ ରେ ପହଂଚି ମାଣ୍ଡିଆ ଫସଲ ଦେଖିଥିଲେ, ମାଣ୍ଡିଆ ଦେଖି ଖୁସି ହୋଇଥିଲେ ଟିମ l ଏହା ପରେ ରାଜନା ପଲ୍ଲୀ ରେ ପହଁଚି କପା ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ, କପା ଚାଷୀ କହିଥିଲେ ବର୍ଷ ବର୍ଷ ଧରି କପା ଚାଷ କରୁଛୁ କିନ୍ତୁ ସରକାର ଙ୍କ ବହୁ ସୁବିଧା କୁ ପାଇପାରୁନାହାନ୍ତି କିନ୍ତୁ ଗତ ବର୍ଷ ଠାରୁ ବିକ୍ରି ସମସ୍ୟା ଆଉ ନାହିଁ, କପା ଧାଡି ଦେଖି ସନ୍ତୋଷ ପ୍ରକାଶ କରିଥିଲେ ଟିମ l ଖେମୁଣ୍ଡି ଖୋଲ ରେ ଧାନ ଧାଡି ରୁଆ ଦେଖିଥିଲେ ଓ ଚାଷୀ ଙ୍କ ସହ ଆଲୋଚନା କରିଥିଲେ l ମକା, କପା, ମାଣ୍ଡିଆ, ଧାନ ଧାଡ଼ିରୁଆ ପାଇଁ ଏହି ଯୋଜନା ମାଧ୍ୟମରେ ଚାଷୀ ଙ୍କୁ କୃଷି ବିଭାଗ ପକ୍ଷରୁ କୁହାଯିବା ପରେ ଚାଷ କରିଛନ୍ତି ଓ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଚାଷୀ ଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବାର ନିୟମ ରହିଛି l ଟିମ ରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ର ଜଣେ ବୈଜ୍ଞାନିକ ଓ ରତ୍ନପୁର ଧାନ ଗବେଷଣା କେନ୍ଦ୍ର ର ବୈଜ୍ଞାନିକ ଙ୍କ ସମେତ କୃଷି ବିଭାଗ ପଦା ଧିକାରୀ ଓ କ୍ଷେତ୍ର କର୍ମଚାରୀ ସାମିଲ ଥିଲେ l ଚାଷୀ ଙ୍କ ସବୁ କଥା ଶୁଣିବା ପରେ ସରକାର ଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି ପାଟଣା ଧାନ ଗବେଷଣା କେନ୍ଦ୍ର ନିର୍ଧେଶକ ଡକ୍ଟର ମାନ ସିଂ l ଏହି ଟିମ ରେ ରତ୍ନପୁର ଧାନ ଗବେଷଣା କେନ୍ଦ୍ର ବୈଜ୍ଞାନିକ ବିପିନ ବିହାରୀ ପଣ୍ଡା ( ବୈଜ୍ଞାନିକ, ଧାନ ଗବେଷଣା କେନ୍ଦ୍ର, ରତ୍ନପୁର ) ଡକ୍ଟର ବିଭୁତିଭୂଷଣ ପଣ୍ଡା ( ଜାତୀୟ ଧାନ ଗବେଷଣା କେନ୍ଦ୍ର କଟକ)ଜିଲ୍ଲା ଜାତୀୟ ନିରାପତ୍ତା ଯୋଜନା ଅଧିକାରୀ, ନିମାଇ ଚରଣ ଦାସ, ଦୁର୍ଯ୍ୟୋଧନ ପତଙ୍ଗ (ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ) ବିଦୂର ସେଟ ମାଝୀ (ଜିଲ୍ଲା କୃଷି ଅଧିକାରୀ ଛତ୍ରପୁର) ବିଷ୍ଣୁ ପ୍ରସାଦ ପଟ୍ଟନାୟକ (ବ୍ଲକ କୃଷି ଅଧିକାରୀ) ରାମ ଚନ୍ଦ୍ର ମିଶ୍ର ( ଜିଲ୍ଲା କୃଷି ଅଧିକାରୀ ଆସ୍କା) ବିଶ୍ୱ ରଞ୍ଜନ ରାଉତ (କୃଷି ଅଧିକାରୀ ) ପଦାଧିକାରୀ ପରିଦର୍ଶନ ବେଳେ ଚାଷୀ ଙ୍କ ସହ ଜ୍ୟୋତି ବେହେରା ,ଯୁଧିଷ୍ଠିର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ