ଖତ ଖାଉଛି ଦିବ୍ୟାଙ୍ଗଙ୍କ ପାଇଁ ଆସିଥିବା ସାମଗ୍ରୀ

ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର ବିକାଶର ରଥକୁ ଦ୍ରୁତ ଗତିରେ ଆଗକୁ ନେଉଥିବା ବେଳେ ପ୍ରଶାସନର ଅବହେଳା କାରଣରୁ ତଳ ସ୍ତରର ଲୋକଙ୍କ ନିକଟରେ ସେହି ଫାଇଦା ପହଞ୍ଚି ନପାରି ହରିଲୁଟ ହେବାରେ ଲାଗିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଗୋଦାମ ଗୃହରେ । ଯାହାକି ପ୍ରଶାସନ ସବୁ ଜାଣିଶୁଣି ଚୁପ ରହିଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଂଚାୟତରେ ଅନେକ ଧରଣର ଦିବ୍ୟାଙ୍ଗ ରହିଛନ୍ତି । ବହୁ ଦିବ୍ୟାଙ୍କ ଚାଲିବାରେ, ଶୁଣିବାରେ ଓ ଦେଖିବାରେ ଅକ୍ଷମ ହୋଇଥିଲେ ମଧ୍ୟ ତାଙ୍କୁ ସରକାରୀ ସହାୟତା ମିଳିବାରେ ବହୁ ବିଳମ୍ଵ ଘଟୁଛି । ସେମାନଙ୍କ ପାଇଁ ଆସିଥିବା ଦୁଇ ଓ ତିନି ଚକ ବିଶିଷ୍ଟ ସାଇକେଲ ଓ ଆଶାବାଡି ସେମାନଙ୍କୁ ଦିଆନଯାଇ କାର୍ଯ୍ୟାଳୟ ବାହାରେ ଏକ ପରିତ୍ୟକ୍ତ କୋଠରୀରେ ଖତ ଖାଉଥିବା ଦେଖିବାକୁ ମିଳିଛି । ସାଇକେଲ ଗୁଡିକ ଭାଙ୍ଗି ନଷ୍ଟ ହେବା ସହ ସେଥିରେ କଳଙ୍କି ମଧ୍ୟ ଲାଗିଗଲାଣି। ଦୃଷ୍ଟିହୀନଙ୍କ ଆଶା ବାଡ଼ି ଗୁଡିକ ମଧ୍ୟ ଭାଙ୍ଗି ପଡି ରହିଛି । ଏ ସମ୍ପର୍କରେ ଦାୟିତ୍ଵରେ ଥିବା ବ୍ଳକ ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ପୋଗ୍ରାମ ଆସିଷ୍ଟାଣ୍ଡ ମନସ୍ଵୀ ବୀରଙ୍କୁ ପଚାରିବାରୁ ସେ କହିଛନ୍ତି ଗତ ୨୦୧୭ ମସିହାରେ ସେ ଏହି ବିଭାଗରେ ଦାୟିତ୍ଵ ନେଇଥିଲେ । ଏହା ପୂର୍ବରୁ ଦିବ୍ୟାଙ୍ଗଙ୍କ ପାଇଁ ଆସିଥିବା ସାମଗ୍ରୀ ଗୁଡିକ ଜାନୁଆରୀ ମାସରେ ହେବାର ଥିଲା ବୈଠକ ଯେଉଁଥିରେ କି ବିକଳାଙ୍ଗ ଓ ଦୃଷ୍ଟି ହୀନ ଙ୍କୁ ବଣ୍ଟନ ହୋଇଥାନ୍ତା ହେଲେ ସେ ବୈଠକ କୁ ବାତିଲ ହୋଇଛି ଏବଂ ଯାହା ଗଦାମ ରେ ରହିଛି ତାହା୨୦୧୬ରୁ ପଡି ରହିଛି ନୂଆ ସାଇକେଲ ଓ ଅନ୍ୟ ସାମଗ୍ରୀ ବାହାରେ ରଖା ଯାଇଛି ବୋଲି କହିଛନ୍ତି ତେବେ ୨୦୧୬ରୁ ଏତେ ପରିମାଣରେ ସାଇକେଲ ଓ ବାଡି ଖତ ଖାଉଛି ତାହା ଉପରେ କିପରି ବ୍ଲକ ପ୍ରଶାସନ ର ନଜର ପଡୁନି । ପୁଣି ନୂଆ ଅଣାଯାଉଛି ସରକାର କା ମାଲ ଦରିଆ ମେଁ ଢାଲ ଭଳି ହୋଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ