ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ଠାରେ ଖବର ସଂଗ୍ରହ ପାଇଁ କୋଣାର୍କର କିଛି ଗଣମାଧ୍ୟମ ପ୍ରତିନିଧି ସୂର୍ଯ୍ୟମନ୍ଦିର ସମ୍ମୁଖକୁ ଯାଇଥିଲେ। ଏହି ସମୟରେ ପର୍ଯ୍ୟଟକଙ୍କ ସମ୍ମୁଖରେ ରାଉଳ ପାଟଣା ଗ୍ରାମର ଜଣେ ଅସାମାଜିକ ଯୁବକ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ ଉଦ୍ୟମ କରିଥିଲା। ଉକ୍ତ ଯୁବକ ସାମ୍ୱାଦିକ ଜ୍ୟୋତିରାଜ ମହାନ୍ତି ଙ୍କ ପେଟରେ ଏକ ଛୁରୀ ଲଗାଇ ଜୀବନ ରୁ ମାରିଦେବାକୁ ଧମକ ଦେଇଥିଲା। ଖବର ସଂଗ୍ରହ ନକରି ସାମ୍ବାଦିକ ମାନେ ଭୟଭୀତ ହୋଇ ଘଟଣା ସ୍ଥଳରୁ ପଳାଇ ଆସିଥିଲେ। ଏ ସମ୍ପର୍କରେ ସାମ୍ୱାଦିକ ମାନେ କୋଣାର୍କ ଥାନାରେ ଅଭିଯୋଗ କରିଛନ୍ତି। ଯଦି ତୁରନ୍ତ ଉକ୍ତ ଅସାମାଜିକ ଯୁବକ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ବାଧ୍ୟହୋଇ ସମସ୍ତ ସାମ୍ୱାଦିକ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଘଟଣାକୁ ସବୁ ମହଲ ରେ ନିନ୍ଦା କରାଯାଇଛି।


