ଖରିଫ ଧାନ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ବିଜେପିର ଦାବିପତ୍ର ପ୍ରଦାନ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଜୱାଦ ବାତ୍ୟା ଜନିତ ବର୍ଷା କାରଣରୁ ଭଣ୍ଡାରିପୋଖରୀ ବ୍ଲକର ଅନେକ ଖରିଫ ଧାନ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଣୁ ଚାଷୀ ମାନଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ ପାଇଁ ସରକାର ପଦକ୍ଷେପ ନେବାକୁ ଦାବିଜଣାଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଆଜି ଦାବିପତ୍ର ପ୍ରଦାନ କରାଯାଇଛି। ଦଳୀୟ ନେତା ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ଏଗାର ଜଣିଆ ପ୍ରତିନିଧି ଦଳରେ ମଣ୍ଡଳ ସଭାପତି ଗିରିଶ ସାମଲ,ମୁକୁନ୍ଦ ମଲ୍ଲିକ, ପ୍ରଫୁଲ୍ଲ ସାହୁ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ,ପ୍ରକାଶ ମହାପାତ୍ର,ଶିବାନନ୍ଦ ସାହୁ,ମଦନ ସାହୁ,ରବି ଦେଓ ପ୍ରମୁଖ ତହସିଲଦାର ସରୋଜକାନ୍ତ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ସରକାରୀ ତଥ୍ୟ ଠାରୁ ଅଧିକ ପରିମାଣର ଚାଷଜମି କ୍ଷତି ହୋଇଥିବା ଓ ରାଜସ୍ୱ ନିରୀକ୍ଷକ ଓ କୃଷି କର୍ମଚାରୀ ମାନେ ସଠିକ ଭାବେ କ୍ଷୟକ୍ଷତି ଅନୁଧ୍ୟାନ କରୁନଥିବା ପ୍ରତିନିଧି ଦଳ ତହସିଲଦାରଙ୍କୁ ଜଣାଇବା ସହ ପୁନର୍ବାର ଅନୁଧ୍ୟାନ କରି ସରକାରଙ୍କୁ ତଥ୍ୟ ଦେବାକୁ ଦାବି କରିଥିଲେ।


